ବଡ଼ବିଲ (ଶାସକ ପ୍ରଶାସକ) ଲକ୍ଡାଉନ୍ ସମୟରେ ମଦ ଦୋକାନ ଗୁଡ଼ିକ ବନ୍ଦ ରହିଥିବାରୁ ବଡ଼ବିଲ ଯୋଡ଼ା ଖଣି ଅଞ୍ଚଳରେ ବେଆଇନ ମଦ କାରବାର ବହୁ ଗୁଣରେ ବୃଦ୍ଧି ପାଇଛି। ଅବକାରୀ ବିଭାଗ ସମସ୍ତ ମଦ ଦୋକାନ ଓ ବାର ସିଲ କରିଥିବା କହୁଥିବା ବେଳେ ମଦ କାରବାର ଅବାଧରେ ଚାଲୁଥିବା ସାଧାରଣରେ ଅଭିଯୋଗ ହେଉଛି। ଆଜି ବଡ଼ବିଲ ପୋଲିସ ମଦ କାରବାରରେ ସମ୍ପୃକ୍ତ ଦୁଇ ଜଣଙ୍କୁ ଗିରଫ କରିବା ସହ ୧୨ ବୋତଲ ରୟାଲ ଷ୍ଟାଗ ହ୍ବିସ୍କି ଜବତ କରିବା ଘଟଣା ଅବକାରୀ ବିଭାଗର ଅପାରଗତାକୁ ପ୍ରମାଣ କରିଛି। ଗିରଫ ଦୁଇ ଜଣ ହେଲେ ଚନ୍ଦ୍ରସେନ ମହାନ୍ତ ଓ ଛୋଟୁ ଗୁପ୍ତା। ଚନ୍ଦ୍ରସେନ ବଡ଼ବିଲ ବାଟା ଛକ ନିକଟସ୍ଥ ଟୁରିଷ୍ଟ ଲଜରେ ମ୍ୟାନେଜର ଭାବେ କାର୍ଯ୍ୟ କରୁଥିବା ଜଣାପଡିଛି। ଏହି କାରବାରରେ ମୁଖ୍ୟ ଅଭିଯୁକ୍ତ ବାଟା ଛକ ସ୍ଥିତ ବିଦେଶୀ ମଦ ଦୋକାନର ମ୍ୟାନେଜର ଫେରାର ଥିବା ପୋଲିସ କହିଛି। ତେବେ ବେଆଇନ ମଦ କାରବାର ଅବକାରୀ ବିଭାଗର ସଲା ସୁତୁରାରେ ଚାଲିଥିବା ସାଧାରଣରେ ସନ୍ଦେହ ପ୍ରକାଶ ପାଇଛି।
Sign in
Sign in
Recover your password.
A password will be e-mailed to you.
Next Post