ପାଟଣାଗଡ(ବିମଲ କୁମାର ବାଗ) : ନିମ୍ନମାନର ନିର୍ମାଣ କାର୍ଯ୍ୟକୁ ନେଇ ଚର୍ଚ୍ଚିତ ଥିବା ପାଟଣାଗଡ ବ୍ଳକ ଅନ୍ତର୍ଗତ ତମିଆ ମୁଦଳସର ସୁକତେଳ ବ୍ରିଜ ଆଜି ସକାଳେ ଭୂଷଡି ପଡିଛି। ଗତ ୨୦୧୫ ମସିହାରେ ସୁକତେଳ ନଦୀ ଉଟରେ ନିର୍ମାଣ ହୋଇଥିବା ତମିଆ-ମୁଦସର ବ୍ରିଜ ଭାଙ୍ଗି ୨ ଜଣ ଘଟଣା ସ୍ଥାଳେ ମୃତ୍ୟୁ ବରଣ କରିଥିବା ବେଳେ ଜଣେ ଗୁରୁତର ହୋଇଥିବା ଜଣାପଡିଛି । ଗ୍ରାମବାସୀ ଅନେକଥର ଅଭିଯୋଗ ସତ୍ତ୍ୱେ ପ୍ରଶାସନ ଧ୍ୟାବ ନଦେବା ଯୋଗୁଁ ୨ଜଣ ନୀରିହଙ୍କ ଜୀବନ ଯାଇଥିବା ଗ୍ରାମବାସୀଙ୍କ ଅଭିଯୋଗ। ଖବର ଲେଖିବା ପର୍ଯ୍ୟନ୍ତ ଲରମ୍ଭା ଥାନା ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚିଥିବା ଖବର ମିଲିଛି।
Sign in
Sign in
Recover your password.
A password will be e-mailed to you.
Prev Post