କରୋନା ସାଇଡ ଇଫେକ୍ଟ : ସତ୍କାର ତ ଦୂର କଥା ଶବକୁ ଛୁଇଁଲେନି ଗାଁ ଲୋକ

0

ସିନାପାଲିରୁ ନିରାକାର ମେହେର : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଧୁଙ୍ଗିଆମୁଣ୍ଡା ଗାଁ ରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି | ପରିବାର ଲୋକଙ୍କ କହିବା ଅନୁସାରେ ଯଗଶନ ହଂସ ନାମକ ବ୍ୟକ୍ତି ଦୁଇମାସ ପୂର୍ବରୁ ତାମିଲନାଡୁ ରାମନାଥ ପୁରମର ଏକ କମ୍ପାନୀରେ ଘରକାମ କରୁଥିବା ବେଳେ ଲିଫ୍ଟ ରୁ ତଳେପଡି ଯାଇଥିଲେ | ମୁମୂର୍ଷୁ  ଅବସ୍ଥାରେ ତାଙ୍କର ସହଯୋଗୀ ମାନେ ତୁରନ୍ତ ଡାକ୍ତରଖାନା ନେଇଯାଇଥିଲେ | ଡାକ୍ତର ଯଗଶନକୁ ଦେଖିବାପରେ ମୃତ ଘୋଷଣା କରିଥିଲେ | ତାମିଲନାଡୁରୁ ଆମ୍ବୁଲାନ୍ସ ଯୋଗେ ତିନିଦିନରେ ଶବ ପହଂଚିବା ପରେ ଗାଁଲୋକେ କରୋନା ଭୟରେ ଶବକୁ ଛୁଇଁଲେ ନାହିଁ କି  ଶବକୁ ଗାଁ ଭିତରେ ପ୍ରବେଶ କରେଇଲେ ନାହିଁ |ଏଣୁ ଶବ ସହ ନେଇ ଆସିଥିବା ତିନି ଜଣ ସମ୍ପର୍କୀୟ ଗାଁ ବାହାରେ  ଶବ ସତ୍କାର କରିଥିଲେ | ବିଷୟରେ ଖବର ପାଇଁ କାର୍ଯ୍ୟନିର୍ବାହି ଅଧିକାରୀ ସନ୍ତୋଷ କୁମାର ମେହେର ମୃତକଙ୍କ ପରିବାର କୁ ହରିଶ୍ଚନ୍ଦ୍ର ଯୋଜନା ରେ 2000 ଟଙ୍କା ଦେଇ ତାମିଲନାଡୁରୁ ଶବ ସହିତ ଆସିଥିବା ତିନିଜଣଙ୍କୁ କ୍ଵାରେଣ୍ଟଇନରେ ରଖିବୁ ଏବଂ ପରିବାର ପାଇଁ ସରକାରଙ୍କ ତରଫରୁ ମିଳୁଥିବା ସମସ୍ତ ସୁବିଧା ଯୋଗାଇଦେବୁ ବୋଲି ପ୍ରତିଶୃତି ଦେଇଛନ୍ତି | ପ୍ରକାଶ ଥାଉ କି ଯଗଶନ ହଂସ ଘରେ ତାଙ୍କ  ସ୍ତ୍ରୀ ଓ ସିକଲିନ ରୋଗ ରେ ଆକ୍ରାନ୍ତ ଥିବା ଦୁଇ ପୁଅ ଅଛନ୍ତି | ବର୍ତ୍ତମାନ ରୋଜଗାର କରି ପରିବାର ପ୍ରତିପୋଷଣ କରୁଥିବା ଜଗସନ ଙ୍କ ମୃତ୍ୟୁ ହୋଇଥିବାରୁ ସରକାର ଏ  ପରିବାରକୁ  ସରକାରୀ ସହାୟତା ଯୋଗାଇଦେବାକୁ ସ୍ଥାନୀୟ ଜନସାଧାରଣ ଦାବି କରିଛନ୍ତି | 

Leave A Reply

Your email address will not be published.