ସୁରାଟରୁ ସାଇକେଲରେ ଆସି ପହଞ୍ଚିଲେ ବୁଗୁଡ଼ା

0

ବୁଗୁଡ଼ା/ ଡ଼ଃ କୁମୁଦ ବେହେରା: ସୁରଟରୁ ସାଇକେଲ ରେ ଆସି ପହଞ୍ଚିଲେ ବୁଗୁଡ଼ା ବ୍ଲକର ଜଣେ ଯୁବକ। ବୁଗୁଡ଼ା ବ୍ଲକ ଏ କରଡ଼ାବାଡ଼ି ପଞ୍ଚାୟତ ଅନ୍ତର୍ଗତ ବିଷ୍ଣୁଚକ୍ର ଗ୍ରାମରେ  ଆଜି ଅପରାହ୍ନ ଉକ୍ତ ଯୁବକ ପହଞ୍ଚିଥିଲେ। ସେଠାରୁ ଖାଇବା ଓ ରହିବାରେ ଅତିଷ୍ଠ ହୋଇ ସୁରଟରୁ ସାଇକେଲ ଚଳାଇ ୧୪ ଦିନରେ ଆସି ଗାଁରେ ପହଞ୍ଚିଛନ୍ତି, ଦୁର୍ଯ୍ୟୋଧନ ପ୍ରଧାନ (୨୭)।ସେ ଆସିବା ବେଳେ ବହୁ ସମସ୍ୟା ଦେଇ ଆସି ବହୁ କଷ୍ଟରେ ଗାଁରେ ପହଞ୍ଚିବାରେ ସକ୍ଷମ ହୋଇଛନ୍ତି। ସେ ପହଞ୍ଚିବା ପରେ ଗାଁ ଲୋକ ପ୍ରତିରୋଧ କରିବା ଯୋଗୁ ସେ ଗାଁ ଭିତରକୁ ପଶିପାରି ନଥିଲେ। ସ୍ଥାନୀୟ ସରପଞ୍ଚଙ୍କୁ ଖବର ଦେବା ପରେ ଦୁର୍ଯ୍ୟୋଧନ ଙ୍କୁ ବିଷ୍ଣୁଚକ୍ର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସଂଗରୋଧ କେନ୍ଦ୍ରରେ ଥଇଥାନ କରାଯାଇଛି। ତାଙ୍କର କରୋନା ଦ୍ଵାରା ଆକ୍ରାନ୍ତ କି ନୁହଁ ପରୀକ୍ଷା କରାଯିବ ଓ ତାଙ୍କୁ ଏହି ସଙ୍ଗରୋଧ କେନ୍ଦ୍ରରେ ୧୪ ଦିନ ରଖାଯିବ ବୋଲି ସରପଞ୍ଚ କହିଛନ୍ତି।

Leave A Reply

Your email address will not be published.