ବେତାରସିଂ ଗ୍ରାମରେ ୫ ବର୍ଷର ଶିଶୁ କୂଅରେ ପଡି ମୃତ୍ୟୁ

0

ବୁଗୁଡା/  ଡ଼ଃ କୁମୁଦ ଚନ୍ଦ୍ର ବେହେରା: ବୁଗୁଡା ଥାନା ଅନ୍ତର୍ଗତ ବେତାରସିଂ ଗ୍ରାମର ୪ + ବର୍ଷର ଶିଶୁ ନିଜ ଘରର ବାରିପଟେ ଥିବା ଏକ କୂଅରେ ପଡି ମୃତ୍ୟୁ ବରଣ କରିଥିବା ଜଣାପଡ଼ିଛି। ମୃତ୍ୟୁ ବରଣ କରିଥିବା ଶିଶୁ ଜଣକ ଅଶ୍ୱିନ କୁମାର ସ୍ୱାଇଁଙ୍କ ୫ ବର୍ଷର ପୁଅ ଦିତେଶ କୁମାର ସ୍ଵାଇଁ। ଅଶ୍ୱିନ ନିଜ କ୍ଷେତକୁ କାମ କରବାବୁ ଯାଇଥିବା ବେଳେ ମା ରୋଷେଇ କରୁଥିଲେ। ଲକ ଡାଉନ ଯୋଗୁଁ ଅଙ୍ଗନବାଡି କେନ୍ଦ୍ର ବନ୍ଦ ଥିବା ବେଳେ ଦିତେଶ ବାରିପଟେ ଖେଳୁଥିବା ବେଳେ ଅସାବଧାନତା ଯୋଗୁଁ  କାନ୍ଥ ହୋଇନଥିବା ଏକ ଖୋଲା କୂଅରେ ପଡି ଯାଇଥିଲା। ଖେଳୁଥିବା ପିଲାମାନଙ୍କ ଡାକ ଶୁଣି ଶିଶୁର ମା ଓ ସାହି ପଡ଼ିଶା ଲୋକମାନେ ଶିଶୁଟିକୁ କୂଅରୁ ଉଦ୍ଧାର କରି ସଙ୍ଗେ ସଙ୍ଗେ ବୁଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ହେଲେ ଡାକ୍ତର ସୁବାଶିଷ ପାଣିଗ୍ରାହୀ ପରୀକ୍ଷା କଲାପରେ ଶିଶୁକୁ ମୃତ୍ୟୁ ଘୋଷଣା କରିବା ସହ ପୋଲିସ ଥାନାକୁ ଖବର ଦେଇଥିଲେ।ବୁଗୁଡା ପୋଲିସ ମେଡିକାଲରେ ପହଞ୍ଚି ମୃତ ଦିତେଶର ଶବ ବ୍ୟବଚ୍ଛେଦ ପାଇଁ ଭଞ୍ଜନଗର ପଠା ଯାଇଥିବା ଜଣାପଡ଼ିଛି।

Leave A Reply

Your email address will not be published.