ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୨ ତମ ଜୟନ୍ତୀ ପାଳିତ

0

ସୁନ୍ଦରଗଡ଼/ହୋରାଚାନ୍ଦ ଦେଉରିଆ  :-  ସୁନ୍ଦରଗଡ଼ ଜ଼ିଲ୍ଲା ଓକିଲସଂଘ  ପକ୍ଷରୁ  ସଭାପତି ଦୁଷ୍ମନ୍ତ କୁମାର ନାଏକଙ୍କ ତତ୍ୱାବଧାନରେ ଏବଂ ସମ୍ପାଦକ ଅଶୋକ କୁମାର ସ୍ୱାଇଁଙ୍କ ପରିଚାଳନା ରେ ଉତ୍କଳ ଗୌରବ ମଧୁସୂଦନ ଦାସ ଙ୍କ ୧୭୨ ତମ ଜୟନ୍ତୀ ଦିବସ ନିରାଡ଼ମ୍ବର ଓ ନିଆରା ଢ଼ଙ୍ଗରେ ପାଳିତ ହୋଇଯାଇଅଛି l

ସର୍ବ ପ୍ରଥମେ ସକାଳ ୯ ଘଟିକା ସମୟରେ  ଜ଼ିଲ୍ଲା ଓକିଲ ସଂଘ ସଭାପତି ଶ୍ରୀଯୁକ୍ତ ନାଏକଙ୍କ  ସହ ଉପସଭାପତି ସୁରେନ୍ଦ୍ର ନାରାୟଣ ନାଏକ, ସମ୍ପାଦକ ଶ୍ରୀ ସ୍ୱାଇଁ, ଓ ବରିଷ୍ଠ ଆଇନଜୀବି ନିମାଇଁ ଚରଣ ନାଏକ, ଅଶୋକ କୁମାର ଦାସ, ପ୍ରସନ୍ନ ବେହେରା, କିଶୋର ନାଏକ, କମଳ ସେନ ଙ୍କ ଉପସ୍ଥିତିରେ ଜ଼ିଲ୍ଲା ଓକିଲ ସଂଘ ସଭାଗୃହ ରେ ମଧୁ ବାବୁଙ୍କ ଫୋଟଚିତ୍ର ରେ ପୁଷ୍ପମାଲ୍ୟା ଅର୍ପଣ କରାଯାଇଥିଲା l ପୁଷ୍ପମାଲ୍ୟା ଅର୍ପଣ ପରେ ଜ଼ିଲ୍ଲା ଓକିଲ ସଂଘ ସମ୍ପାଦକ ଶ୍ରୀ ସ୍ୱାଇଁଙ୍କ ପରିଚାଳନା ରେ  ସୁନ୍ଦରଗଡ଼ ରକ୍ତ ଭଣ୍ଡାରରେ  ଆୟୋଜନ କରାଯାଇଥିବା  ରକ୍ତଦାନ ଶିବିର କୁ ଯାଇ ସର୍ବ ପ୍ରଥମେ ଜ଼ିଲ୍ଲା ଓକିଲ ସଂଘର  ସମ୍ପାଦକ ଶ୍ରୀ ସ୍ୱାଇଁ ରକ୍ତ ଦାନ କରି ଶୁଭାରମ୍ଭ କରିଥିଲେ l ଆଜିର ଏହି ଶିବିର ରେ ୨୧ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା l ରକ୍ତ ଦାନ କରିଥିବା ଆଇନଜୀବି ମାନଙ୍କ ମଧ୍ୟରେ ଅଛନ୍ତି ବାଦଲ ଚୌଧୁରୀ, ପ୍ରଦିପ କୁମାର ମହାପାତ୍ର, ସତ୍ୟଜିତ ନାଏକ, ପ୍ରଣବ କୁମାର ହାତି, ସଞ୍ଜୟ ମାଝି, ପ୍ରିତିଶ ମିଶ୍ର, ଜସନ ଏକ୍କା, ସୁଶାନ୍ତ କୁମାର ପାଣ୍ଡେ, ସତ୍ୟଜିତ ପଣ୍ଡା, ସତ୍ୟନାରାୟଣ ଦାସ, ନିହାର ରଞ୍ଜନ ନନ୍ଦି, ତନ୍ମୟ ମହାପାତ୍ର, ଅଶୋକ କୁମାର ନାଏକ, ବୁଦ୍ଧଦେବ ନାଏକ, ମନୋଜ କୁମାର ମହାରଣା, ଉମା ଶଙ୍କର ପଟେଲ, ଧର୍ମେନ୍ଦ୍ର କୁମାର ପଟେଲ, ରଞ୍ଜିତ ସ୍ୱାଇଁ ଓ ଅନ୍ୟ ରକ୍ତ ଦାତା ମାନଙ୍କ ମଧ୍ୟରେ କ୍ରିଷ୍ଣା ଚନ୍ଦ୍ର ନାଏକ, ସୁଜିତ ନାଏକ l 

ଆଜିର ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିଲେ ସୁକାନ୍ତ ମହାପାତ୍ର, ପ୍ରଶାନ୍ତ ପଟେଲ, ନିରଜ ସାମନ୍ତରାୟ, ନରେଶ କୁମାର ନାଏକ, ସ୍ୱରାଜ ପଟେଲ, ମଣ୍ଟୁ ପଟ୍ଟନାୟକ, ପ୍ରତିମା ମିଶ୍ର, ନମିତା ନାଏକ, ସମିତା ମହାପାତ୍ର, ସୁପ୍ରଭା ପଟେଲ, ବାସନ୍ତୀ ବାରିକ, ଲଳିତା ବାରଲା, ଗୀତା ପଟେଲ, ମଞ୍ଜୁ ପଟେଲ, ଅନୁସୟା ନାଏକ, ସୁନିତା ପଟେଲ, ଅଲିଭା ମହାପାତ୍ର ସମେତ ଅନ୍ୟମାନେ l

 

Leave A Reply

Your email address will not be published.