ରେଙ୍ଗାଲି ବ୍ଲକ ବାରିକ ସମାଜ ପକ୍ଷରୁ ଆଜି ସରକାରୀ ସହାୟତା ପାଇଁ ଦାବି ପତ୍ର

0

 ସମ୍ବଲପୁରରୁ  ରମାକାନ୍ତ ବିଶ୍ବାଳ : ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକ ବାରିକ ସମାଜ ପକ୍ଷରୁ ଆଜି ସରକାରୀ ସହାୟତା ପାଇଁ ରେଙ୍ଗାଲି ତହସିଲଦାରଙ୍କ ଜରିଆରେ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଏବଂ ସମ୍ବଲପୁର ଜିଲ୍ଲାପାଳ ଙ୍କ ଉଦେଶ୍ଯରେ ଏକ ଦାବି ପତ୍ର ପ୍ରଦାନ କରାଯାଇଛି ।

ଦାବି ପତ୍ରରେ ମହାମାରି କରୋନା ପାଇଁ ସମଗ୍ର ଦେଶକୁ ସୁରକ୍ଷା ଦେବା ପାଇଁ ଆଜିକୁ ପ୍ରାୟ ଦେଢ ମାସ ହେବ ସାରା ଦେଶରେ ଲକଡାଉନ ଜାରି ରହିଛି ଏବଂ ଦିନକୁ ଦିନ ଲକଡାଉନ ବୃଦ୍ଧି ହେବା ଫଲରେ ବାରିକ ବୃତ୍ତିକୁ କୌଲିକ ବୃତ୍ତି ଭାବରେ ଗ୍ରହଣ କରି ଜୀବନ  ଯାପନ କରୁଥିବା ରେଙ୍ଗାଲି ବାରିକ ସମାଜର ଅଧିବାସୀ ମାନେ ବିଶେଷ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ନିଜର ପରିବାର ଚଲାଇବା ମଧ୍ୟ ଚଲାଇ ପାରୁନାହିଁନ୍ତି । ଏଣୁ ଏମାନଙ୍କୁ ସରକାରୀ ସାହାଯ୍ୟ ଯୋଗାଇ ଦେବା ପାଇଁ ଦାବୀ ପତ୍ରରେ ଉଲ୍ଲେଖ କରିଛନ୍ତି । 

  

Leave A Reply

Your email address will not be published.