ସୋହେଲାରେ ରକ୍ତଦାନ ଶିବିର : ୩୨ ୟୁନିଟ ରକ୍ତ ସଂଗ୍ରହ

0

 ସୋହେଲା :- ମହାମାରୀ କରୋନାକୁ ପ୍ରତିହତ କରିବା ପାଇଁ ଏବେ ସାରା ଦେଶରେ ଲକ ଡାଉନ ଚାଲିଛି । ଫଳରେ ଡାକ୍ତରଖାନାମାନଙ୍କରେ ରକ୍ତର ଅଭାବ ପରିଲକ୍ଷିତ ହେଉଛି । ରକ୍ତର ଅଭାବ ଯୋଗୁଁ ଯେପରି କେହି ନ ମରନ୍ତି ସେଥିପାଇଁ ଜୀବନ ବିନ୍ଦୁ ପକ୍ଷରୁ ରକ୍ତଦାନ କାର୍ଯ୍ୟକ୍ରମ ଚାଲିଛି । ଏବେ କିଛି ଦିନ ତଳେ ସୋହେଲା ବ୍ଲକର ପାଣିମୋରା,କନାପାଲି ଏବଂ ସୋହେଲାରେ ରକ୍ତଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ବିଶେଷ କରି ମହିଳାମାନେ ସ୍ଵତଃଫୁର୍ତ୍ତ ଭାବରେ ଆଗେଇ ଆସି ରକ୍ତଦାନ କରୁଛନ୍ତି । ଏହା ଏକ ଖୁସିର ବିଷୟ । ଆଜି ସୋହେଲାରେ ପୁଣି ଥରେ ରକ୍ତଦାନ ଶିବିର ଆୟୋଜନ କରାଯାଇଛି । ଆଜି ମଧ୍ୟ ମହିଳାମାନେ ରକ୍ତଦାନ କରିଛନ୍ତି । ସୋହେଲା ଅଗ୍ରସେନ ଭବନରେ  ଭ୍ରାମ୍ୟମାଣ ରକ୍ତ ସଂଗ୍ରହ  ଭ୍ୟାନରେ ଆୟୋଜିତ ରକ୍ତଦାନ ଶିବିରରେ ୩୨ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି । ଏହି କାର୍ଯ୍ୟକ୍ରମ ରେ  ଅଂଚଳର ସମସ୍ତେ ଙ୍କର ପ୍ରିୟ ନେତା ତଥା ବିଧାୟକ ତଥା  ରାଜ୍ୟ ସରକାରଙ୍କ କ୍ୟାବିନେଟ ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂ ଉପସ୍ଥିତ ରହି ସମସ୍ତ ରକ୍ତ ଦାତାମାନଙ୍କୁ ଉତ୍ସାହିତ କରିଥିବା ସହିତ ରକ୍ତ ଦାନ ପରେ ସମସ୍ତେ ରକ୍ତଦାତା ମାନଙ୍କୁ ପ୍ରମାଣ ପତ୍ର ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସରକାରଙ୍କର କୋବିଡ଼ 19 ସମ୍ମନ୍ଧୀୟ ସମସ୍ତ ନିୟମକୁ ଦୃଢ଼ ଭାବରେ ପାଳନ କରାଯାଇଥିଲା ।

 

Leave A Reply

Your email address will not be published.