ସବୁଜ ମୟୂରଭଞ୍ଜ ପକ୍ଷରୁ ଅକ୍ଷିମୁଠି ଅନୁକୂଳ

0 1

ବାରିପଦା(ଦିଲ୍ଲୀପ ମହାନ୍ତି )- ବୈଶାଖ ଶୁକ୍ଲ ପକ୍ଷ ତୃତୀୟା ତିଥିକୁ ପବିତ୍ର ଅକ୍ଷୟ ତୃତୀୟା ଭାବେ ପାଳନ କରାଯାଇଆସୁଥିବା ବେଳେ ସରକାରୀସ୍ତରରେ ଔପଚାରିକ ଭାବେ କୃଷକ ଦିବସ ରୂପେ ପାଳନ କରାଯାଉଛି । ସେହିପରି କୃଷକମାନେ ଏହି ଦିବସର ଅମୃତ ବେଳାରେ ଅକ୍ଷିମୁଠି(ଅକ୍ଷୟମୁଠି) ଅନୁକୂଳ କରି କୃଷି କାର୍ଯ୍ୟର ଶୁଭାରମ୍ଭ କରିଥାନ୍ତି । ଚାଷୀ ନିଜ ସ୍ତ୍ରୀଠାରୁ ଏକ ଗଉଣିରେ ହଳଦୀ ଚନ୍ଦନ, ସିନ୍ଦୁର ବୋଳାଯାଇଥିବା ଧାନ ବିହନକୁ ଶଙ୍ଖ ହୁଳହୁଳି ମଧ୍ୟରେ ମୁଣ୍ଡେଇ ହଳଲଙ୍ଗଳ ଧରି କ୍ଷେତକୁ ଯାଇ ମା ଲକ୍ଷ୍ମୀ ଠାକୁରାଣୀଙ୍କ ଉଦେ୍ଧଶ୍ୟରେ କ୍ଷେତର ଐଶାନ୍ୟ କୋଣରେ ଭୋଗ ରାଗ ସହିତ ଭକ୍ତିପୁତ ନୈବେଦ୍ୟ ଅର୍ପଣ  ପରେ ଜମିରେ ହଳ ବୁଲାଇ ବିହନ ବୁଣି କୃଷି କାର୍ଯ୍ୟ ଶୁଭାରମ୍ଭ କରିଥାନ୍ତି । ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସବୁଜ ମୟୂରଭଞ୍ଜ ପକ୍ଷରୁ ସଭାପତି ତଥା ରାଜ୍ୟ କୃଷି ଶିଳ୍ପ ନିଗମ ଅଧ୍ୟକ୍ଷ ଦେବାଶିଷ ମହାନ୍ତି ଅକ୍ଷିମୁଠି ଅନୁକୂଳ କରିଥିଲେ । ଆଜି ମୟୂରଭଞ୍ଜ ଜିଲ୍ଲାର ଶାମାଖୁଣ୍ଟା ବ୍ଲକ ଅଧୀନ ବାଉଁଶବିଲାଠାରେ କୃଷି ଓ କୃଷକମାନଙ୍କର ଶୁଭ ମନାସି ହଳ ବୁଲାଇ ଅକ୍ଷିମୁଠି ଅନୁକୂଳ କରିଥିଲେ । ଏହି ଅବସରରେ ସବୁଜ ସୁନ୍ଦର ମୟୂରଭଞ୍ଜର ଶାମାଖୁଣ୍ଟା ବ୍ଲକ ସଂଯୋଜକ କାଶୀନାଥ ସିଂଙ୍କ ସଂଜୋଜନା ଓ ଚାଷୀ ନେତା ଦିଗମ୍ବର ସିଂଙ୍କ ଅଧ୍ୟକ୍ଷତାରେ  ଅନୁଷ୍ଠିତ  କାର୍ଯ୍ୟକ୍ରମରେ ଦ୍ରୌପଦୀ ସିଂ, କନକଲତା ସିଂ, ଧୀରେନ ସିଂ, ଭୈରବ ନନ୍ଦ ସିଂ, ଜିତୁ ସିଂ ପ୍ରମୁଖ ସକ୍ରିୟ ଭାବେ ଅଂଶ ଗ୍ରହଣ କରିଥିବା ବେଳେ ଛାତ୍ରନେତା ଆର୍ଶିବାଦ ଦାସ, ସୁଶୀଳ ସେଠୀ ପ୍ରମୁଖ ସହଯୋଗ କରିଥିଲେ ଏବଂ ଲକ୍ ଡ଼ାଉନର ମାର୍ଗଦର୍ଶୀକାକୁ ଗୁରୁତ୍ୱ ଦେଇ ସମସ୍ତ କାର୍ଯ୍ୟ ସମ୍ପାଦନ କରାଯାଇଥିଲା ।

Leave A Reply

Your email address will not be published.