ଧର୍ମେନ୍ଦ୍ରଙ୍କ ଉପସ୍ଥିତିରେ ନବୀନ- ଉଦ୍ଧବ ଆଲୋଚନା 

0 1

http://www.youtube.com/watch?v=IPi1SOg-hJ8

ମହାରାଷ୍ଟ୍ରରେ ଫସିଥିବା ଓଡ଼ିଆ ଶ୍ରମିକମାନଙ୍କୁ ନିରାପଦରେ ଓଡିଶା ଫେରାଇଆଣିବା ପାଇଁ  ଆଲୋଚନା

ଭୁବନେଶ୍ୱର(ଶାସକ ପ୍ରଶାସକ)ଗୁଜୁରାଟରେ ଫସିଥିବା ଓଡ଼ିଆ ଶ୍ରମିକମାନଙ୍କ ନିରାପଦ ପ୍ରତ୍ୟାବର୍ତ୍ତନ ପାଇଁ ଆଜି ସକାଳେ ସେଠାକାର  ମୁଖ୍ୟମନ୍ତ୍ରୀ ବିଜୟ ରୁପାନିଙ୍କ ସହ ଭିଡିଓ କନଫରେନସିଂରେ ଓଡ଼ିଶାର  ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ କଥା ହୋଇଥିବା ବେଳେ ମହାରାଷ୍ଟ୍ରରେ ଫସିଥିବା ଓଡ଼ିଆଙ୍କ ପ୍ରତ୍ୟାବର୍ତ୍ତନ ପାଇଁ ସେଠାକାର ମୁଖ୍ୟମନ୍ତ୍ରୀ ଉଦ୍ଧବ ଥାକରେଙ୍କ ସହ କଥା ହୋଇଛନ୍ତି ନବୀନ | ମହାରାଷ୍ଟ୍ରରେ ରହିଥିବା ଓଡ଼ିଆ ଶ୍ରମିକମାନଙ୍କୁ ନିରାପଦରେ ଓଡିଶା ଫେରାଇଆଣିବା ପାଇଁ ଦୁହିଁଙ୍କ ଭିତରେ  ହୋଇଛି ଆଲୋଚନା |ଏହି ଆଲୋଚନାରେ ଦିଲ୍ଲୀରୁ ଭିଡିଓ କନଫରେନସିଂ ରେ ଦିଲ୍ଲୀରୁ ସାମିଲ ହୋଇ କେନ୍ଦ୍ର ପେଟ୍ରୋଲିଅମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆବଶ୍ୟକ ସହଯୋଗ ଯୋଗାଇ ଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ |

ନିଷ୍ପତ୍ତି ଅନୁଯାୟୀ ମହାରାଷ୍ଟ୍ରରୁ ଓଡ଼ିଆ ଶ୍ରମିକ ମାନଙ୍କୁ ନିରାପଦରେ ଫେରାଇ ଅଣାଯିବ | ଏଠି ପାଇଁ ଦୁଇ ରାଜ୍ୟର ମୁଖ୍ୟ ଶାସନ ସଚିବ ସ୍ତରରେ ବୈଠକ ହୋଇ ନିଷ୍ପତ୍ତି ନିଆଯିବ | ମୁଖ୍ୟତ ସେମାନଙ୍କୁ ବସ ଯୋଗେ ଫେରାଇ ଅଣାଯିବ | ଓଡିଶା ଫେରିବାକୁ ଚାହୁଁଥିବା ଓଡ଼ିଆମାନଙ୍କ ପଞ୍ଜିକରଣ ବାଧ୍ୟତାମୂଳକ| ଏଥିପାଇଁ ଆବଶ୍ୟକ ବ୍ୟବସ୍ଥା କରାଯିବ ଯାହାଦ୍ୱାରା ଓଡ଼ିଶାରେ ପହଂଚିବା ପରେ ସେମାନଙ୍କ କ୍ଵରେଣ୍ଟାଇନ ରେ ରଖିବା ସହଜ ହେବ ଓ ସେମାନେ ଅନ୍ୟ ସୁବିଧା ପାଇପାରିବେ | ମହାରାଷ୍ଟ୍ରରୁ ଓଡିଶା ଫେରୁଥିବା ବସ ଗୁଡିକର ରୋଡ଼ ଟାକ୍ସ ଛାଡ କରିବା ପାଇଁ ମଧ୍ୟପ୍ରଦେଶ ଓ ଛତିଶଗଡ଼ ରାଜ୍ୟ ସରକାରଙ୍କୁ ଅନୁରୋଧ କରାଯିବ ବୋଲି ଭିଡିଓ କନଫରେନସିଂ ବୈଠକରେ ନିଷ୍ପତ୍ତି ନିଆଯାଇଛି | 

ମହାରାଷ୍ଟ୍ରରେ କାର୍ଯ୍ୟରତ ଶ୍ରମିକ ମାନଙ୍କ ନିରାପତ୍ତା ପାଇଁ ଦୁଇ ରାଜ୍ୟ ସରକାର ସନନ୍ଵୟ ରକ୍ଷାକରି କାର୍ଯ୍ୟ କରିବେ ବୋଲି ଦୁଇ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ସହମତି ପ୍ରକାଶ ପାଇଛି ।

Leave A Reply

Your email address will not be published.