୬୦ ସାପ  ଛୁଆ ଓ ୪୦ ଅଣ୍ଡା ଉଦ୍ଧାର

0 1

ବାରିପଦା(ଦିଲ୍ଲୀପ ମହାନ୍ତି )- ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ଅନ୍ତର୍ଗତ ଉଠାଣିନୁଆଗାଁ ଗ୍ରାମରେ କିଛି ଛୋଟ ପିଲା ଖେଳୁଥିବା ବେଳେ ଗୋବର ଗଦା ଭିତରେ ଅଣ୍ଡାଗୁଡ଼ିକ ଦେଖିବାକୁ ପାଇଥିଲେ । ଏହି ସମସ୍ତ ଅଣ୍ଡା ସାପ ଦେଇଥିବାର ସନ୍ଦେହ  କରି ସାପ ଧରାଳି କୃଷ୍ଣ ଗୋଚ୍ଛାୟତକୁ ଖବର ଦେଇଥିଲେ ଏବଂ କୃଷ୍ଣ ପହଁଞ୍ଚି ଗୋବର ଗଦା ମଧ୍ୟରୁ ଗୋଟାଏ ପରେ ଗୋଟାଏ ଏହି ପରି ମୋଟ ୬୦ଟି ସାପ ଛୁଆ ସହିତ ୪୦ଟି ଅଣ୍ଡା ଉଦ୍ଧାର କରିଥିଲେ । ତେବେ ଉଦ୍ଧାର ହୋଇଥିବା ସାପ ବିଶଧର ହୋଇନ ଥିବାର ଶ୍ରୀଗୁଚ୍ଛାୟତ ପ୍ରକାଶ କରିଛନ୍ତି । 

Leave A Reply

Your email address will not be published.