ସୁନ୍ଦରଗଡ/ ହୋରାଚାନ୍ଦ ଦେଉରିଆ : ସୁନ୍ଦରଗଡ଼ ସଦର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ଶ୍ରୀ ଯୋଗେଶ କୁମାର ସିଂ ସୁନ୍ଦରଗଡ଼ L&T ଟୋଲ ପ୍ଳାଜ଼ା କୁ ସଦର ବ୍ଲକ ର ଲୋକ ମାନଙ୍କୁ ମାସ୍କ ବଣ୍ଟନ କରିବା ପାଇଁ ଅନୁରୋଧ କରିଥିଲେ l ସୁନ୍ଦରଗଡ଼ ମସନିକାନି ଟୋଲ ପ୍ଳାଜ଼ା ଏରିଆ ମ୍ୟାନେଜର ପୂର୍ବତନ ବିଧାୟକ ଶ୍ରୀ ଯୋଗେଶ କୁମାର ସିଂ ଙ୍କ ଅନୁରୋଧ କୁ ରକ୍ଷା କରି ଆଜି ତା 25-4-2020 ରିଖ ସୁନ୍ଦରଗଡ଼ ମସନିକାନି L&T ଟୋଲ ପ୍ଳାଜ଼ା ତରଫରୁ ପୂର୍ବତନ ବିଧାୟକ ଶ୍ରୀ ଯୋଗେଶ କୁମାର ସିଂ ଙ୍କ ଦ୍ୱାରା, ଟୋଲ ପ୍ଲାଜା ମ୍ୟାନେଜର ସତ୍ୟବ୍ରତ ପ୍ରଧାନ, ସଦର ବ୍ଲକ ଉପାଧକ୍ଷ ଶ୍ରୀ ଅଶ୍ଵିନୀ କୁମାର ନାଏକ ଓ ବିଜୁ ଜନତା ଦଳ ଆଇନଜୀବି ସାମ୍ମୁଖ୍ୟ ଜ଼ିଲ୍ଲା ଆବାହକ ଶ୍ରୀ ଅଶୋକ କୁମାର ସ୍ୱାଇଁ, ଙ୍କ ଉପସ୍ଥିତିରେ ସୁନ୍ଦରଗଡ଼ ସଦର ବ୍ଲକ ଲଂକାହୂଡା, କୋପସିଙ୍ଗା ଓ ବାରଗାଡ଼ ଗ୍ରାମ ରେ ଘରକୁ ଘର ବୁଲି ୩000( ତିନି ହଜାର ) ମାସ୍କ ବଣ୍ଟନ କରିବା ସହ ଗ୍ରାମବାସୀ ମାନଙ୍କୁ କରୋନା ଭୁତାଣୁ ସମ୍ବନ୍ଧରେ ସଚେତନତା କରିଥିଲେ ଶେଷରେ ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ବଣ୍ଟନ ହେବାକୁ ଥିବା ରନ୍ଧା ଖାଦ୍ୟ ର ମାନ ନିରୀକ୍ଷଣ କରିଥିଲେ l ତାଙ୍କୁ ଏହି କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ ଦିଲିପ କୁମାର ପଟେଲ, ଦିପାନ କୁମାର ପଟେଲ, ମାଗୁଣି ସାହୁ, ବିଜୟ କୁମାର ନାଏକ, ବିଶାଳ ଠାକୁର, ସହଦେଵ ଓରାମ, କ୍ରିଷ୍ଣା ଚନ୍ଦ୍ର ପଟେଲ, ମନୀନ୍ଦ୍ର କମାର, ରାଣାପ୍ରତାପ ସିଂ, ରମେଶ ନାଏକ, ସୁନିଲ ବାଗ, ମୁକେଶ ବାଗ,ମାନସ କରାଳି, ରଜତ ନାଏକ,ବାପି ନାଏକ.ବବି ନାଏକ, ନାରାୟଣ ବୁଡ଼ା, ରାଜୁ ଗରଡ଼ିଆ, ସୁନିଲ କେଶରୀ, ଯୁଗଳ କେଶରୀ, ଧର୍ମେନ୍ଦ୍ର କେଶରୀ ସମେତ ଅନ୍ୟମାନେ l
Sign in
Sign in
Recover your password.
A password will be e-mailed to you.