ସେଣ୍ଟ୍ କାଥାରିନ୍ କନଭେଣ୍ଟ୍ ସିଷ୍ଟର୍ ହାଉସ୍ ପକ୍ଷରୁ ଲୋକଙ୍କୁ କରୋନା ବିପତ୍ତି ବେଳେ ସହାୟତା

0 2

 ଘୁ. ଉଦୟଗିରି/ଗଗନ ପ୍ରଧାନ  : କରୋନା ମହାମାରୀ ମୁକାବିଲାରେ ସରକାରୀ, ବେସରକାରୀ ଅନୁଷ୍ଠାନ, ବିଭିନ୍ନ ଧାର୍ମିକ ଅନୁଷ୍ଠାନ, ବ୍ୟକ୍ତି ବିଶେଷଙ୍କ ସହୋଯୋଗ ରହିଥିବା ବେଳେ  କନ୍ଧମାଳ ଜିଲ୍ଲା ରାଇକିଆ କ୍ୟାଥଲିକ୍ ଧର୍ମାଞ୍ଚଳର ସେଣ୍ଟ୍ କାଥାରିନ୍ କନଭେଣ୍ଟ୍ ସିଷ୍ଟର୍ ହାଉସ୍ ପକ୍ଷରୁ ମଧ୍ୟ ଏହି ବିପତ୍ତି ସମୟରେ ସହଯୋଗର ହାତ ବଢ଼େଇଛନ୍ତି। ରାଇକିଆ ଅଞ୍ଚଳର ବିଭିନ୍ନ ସ୍ଥାନକୁ ଯାଇ ଲୋକଙ୍କୁ ମାସ୍କ, ସାବୁନ୍ ସହ ସାମଗ୍ରୀ ପ୍ରାୟ 1500 ରୁ 1600 ପରିବାରଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି I ଏହା ସହ ଭୟାବହ ମହାମାରୀ କରୋନା ସଂକ୍ରମଣରୁ ସୁରକ୍ଷିତ ରହିବା ପାଇଁ ମାସ୍କ ବ୍ୟବହାର,ସାବୁନରେ ହାତ ଧୋଇବା ଏବଂ ସାମାଜିକ ଦୂରତା ବଜାୟ ରଖି ବାକୁ ଲୋକଙ୍କୁ ସଚେତନତା କାର୍ଯ୍ୟକ୍ରମ ରାଇକିଆ ସିଷ୍ଟେର୍ସ ହାଉସ ପକ୍ଷରୁ କରାଯାଉଅଛି । ଏହି କରୋନା ମହାମାରୀ ଭୁତାଣୁ ସଂକ୍ରମଣରୁ ସୁରକ୍ଷିତ ରଖିବା ପାଇଁ ଲୋକଙ୍କ ନିମନ୍ତେ ମାସ୍କ ତିଆରି କରିବା କର୍ଯ୍ୟରେ କନଭେଣ୍ଟ୍ର ସମସ୍ତ ସେବାଭଗ୍ନିଙ୍କ ସହୋଯୋଗ ରହିଥିଲା। ଆଗାମୀ ଦିନରେ ଅହୁରି ଅଧିକ ଖାଦ୍ୟ ସାମଗ୍ରୀ ବଣ୍ଟନ କରାଯିବ ବୋଲି  ସିଷ୍ଟେର୍ସ ହାଉସ ପକ୍ଷରୁ ସୂଚନା ଦିଆଯାଇଛି। ଏହି ବଣ୍ଟନ କାର୍ଯ୍ୟ କ୍ରମରେ କନ୍ଭେଣ୍ଟ୍ ସିଷ୍ଟର ଜୟନ୍ତୀ ସିଂ, ସିଷ୍ଟର ସାରାଫିନା, ସିଷ୍ଟର ବାସନ୍ତୀ, ସିଷ୍ଟର ସୁଧା ରାଣୀ, ସିଷ୍ଟର ଏଲିଜାବେଥ୍,ସିଷ୍ଟର ଶୋଇଳ ବାଲା,ସିଷ୍ଟେର ପ୍ରସନ୍ନା, ସମିତି ସଭ୍ୟା ମିନି ନାୟକଙ୍କ ସମେତ ଆଶା ଦିଦି, ଅଙ୍ଗ ନବାଡ଼ି କର୍ମୀ ଓ ୱଡ ମେମ୍ବର ସହୋଯୋଗ କରିଥିଲେ।

Leave A Reply

Your email address will not be published.