ମହିଳା ସହିତ ଦୁଷ୍କର୍ମ ଅଭିଯୁକ୍ତକୁ  ଜେଲ ଓ ଜୋରିମାନା

0

 

ବାରିପଦା(ଦିଲ୍ଲୀପ ମହାନ୍ତି )- ବାରିପଦା ସହକାରୀ ସେସନ ଜଜ୍ (ସ୍ପେଶାଲ ଟ୍ରାକ କୋର୍ଟ) ଅମୀୟ ରଞ୍ଜନ ଜେନା ଆଜି ଏକ ଦୁଷ୍କର୍ମ ମାମଲାର ବିଚାର କରି ଅଭିଯୁକ୍ତ କୁଳିଅଣା ଥାନା ସରଡ଼ିହା ଗ୍ରାମର ଚୁନୁ ଓରଫ ଚୁନୁରାମ ହାଁସଦାଃ(୨୭)ଙ୍କୁ ଦୋଷୀ ସାବ୍ୟସ୍ତ କରାଇବା ସହିତ ଭାରତୀୟ ପିଙ୍ଗଳ କୋଡର଼୍ ଧାରା ୩୫୪ରେ ତିନି ବର୍ଷ ସଶ୍ରମ କାରାଦଣ୍ଡ , ୫ ହଜାର ଟଙ୍କା ଅର୍ଥଦଣ୍ଡ ଓ ଅନାଦେୟରେ ଅଧିକ ୨ ମାସ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରାଇଛନ୍ତି । ପ୍ରାପ୍ତ ସୂଚନା ଅନୁସାରେ ଗତ ୨୦୧୬ ଅଗଷ୍ଟ ୧୯ ରାତି ପ୍ରାୟ ୯ଟା ସମୟରେ କୁଳିଅଣା ଥାନା ଅଞ୍ଚଳର ଏକ ବିବାହିତା ମହିଳା ତାର ୬ ବର୍ଷର ଝିଅ ସହିତ ଘରର ପିଣ୍ଡାରେ ଶୋଇଥିବା ବେଳେ ଚୁନୁ ଓରଫ ଚୁନୁରାମ ହାଁସଦାଃ ସାଇକେଲରେ ଆସି ହଠାତ୍ ମହିଳା ସହିତ ଯୋରଜବରଦସ୍ତ ଦୁଷ୍କର୍ମ କରିଥିଲା । ଏଥିରେ ମହିଲା ଜଣକ ପାଟି କରିବାରୁ ଚୁନୁରାମ ନିଜର ସାଇକେଲ, ମୋବାଇଲ, ପ୍ୟାଣ୍ଟସାର୍ଟ ଛାଡ଼ି ଦୌଡ଼ି ପଳାଇଯାଇଥିଲା । ପିଡ଼ିତା ଜଣକ ଏ ବିଷୟରେ ନିଜ ସ୍ୱାମୀ ଓ ଯାଆଙ୍କୁ ସମସ୍ତ ବିଷୟ ଜଣାଇବା ପରେ ସେମାନେ ଅଭିଯୁକ୍ତର ଘରକୁ ଘଟଣା ସମ୍ବନ୍ଧରେ ପଚାରିବାକୁ ଯାଇଥିବା ବେଳେ ଓଲଟି ସେମାନଙ୍କୁ ପିଟାମରା କରିବାରୁ ସେଠାରୁ ପଳାଇ ଆସି ଗ୍ରାମର ମୁଖିଆଙ୍କ ନିକଟରେ ଫେରାଦ ଜଣାଇଥିଲେ । ଗ୍ରାମରେ ବୈଠକରେ କୌଣସି ସମାଧାନର ରାସ୍ତା ବାହାରି ନ ପାରିବାରୁ ପିଡ଼ିତା ବାଧ୍ୟ ହୋଇ କୁଳିଅଣା ଥାନାରେ ଲିଖିତ ଅଭିଯୋଗ କରିବା ପରେ ଆଇପିସି 

Leave A Reply

Your email address will not be published.