ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି କୁ ସହାୟତା ପ୍ରଦାନ।

0 2

ପଦ୍ମପୁର(ଶାସକ ପ୍ରଶାସକ):- କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ଙ୍କ ରିଲିଫ ପାଣ୍ଠି କୁ ପଦ୍ମପୁର ଶାନ୍ତିନଗର ରାଧେ ଶ୍ୟାମ ମହିଳା ସଂଘ ତରଫରୁ ସାତ ହଜାର ର ଅର୍ଥ ରାଶି ପଦ୍ମପୁର ଉପ-ଜିଲ୍ଲାପାଳ ଶ୍ରୀଯୁକ୍ତ ତନ୍ମୟ କୁମାର ଦରଓ୍ବାନ ଙ୍କ ମାଧ୍ୟମରେ ପ୍ରଦାନ କରିଛନ୍ତି।ସେହିଭଳି ରାଜବୋଡାସମ୍ବର ବ୍ଲକ ଅନ୍ତର୍ଗତ ୨୭ ଗୋଟି ପଞ୍ଚାୟତ ରୁ ଓଡିଶା ଜୀବିକା ମିଶନ ଅଧୀନରେ କାର୍ଯ୍ୟରତ ଏମ୍. ବି. କେ ମାନଙ୍କ ଦ୍ୱାରା ଆଠ ହଜାର ପାଞ୍ଚ ଶହ ଟଙ୍କା ଏକ ବ୍ୟାଙ୍କ ଡ୍ରାଫ ମୁଖ୍ୟମନ୍ତ୍ରୀ ଙ୍କ ରିଲିଫ ପାଣ୍ଠି କୁ ଉପ-ଜିଲ୍ଲାପାଳ ଙ୍କ ମାଧ୍ୟମରେ ପ୍ରଦାନ କରାଯାଇଛି।ଉପ-ଜିଲ୍ଲାପାଳ ଏହି ପଦକ୍ଷେପକୁ ପ୍ରଶଂସା କରିବା ସହିତ ସମସ୍ତ କର୍ମକର୍ତ୍ତା ମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Leave A Reply

Your email address will not be published.