ଭୁବନେଶ୍ୱର (ଶାସକ ପ୍ରଶାସକ): ଶେଷରେ କଣ୍ଟେନମେଣ୍ଟ ମୁକ୍ତ ହୋଇଛି ରାଜଧାନୀ । ଦୀର୍ଘ ୧୫ ଦିନ ଧରି କଣ୍ଟେନମେଣ୍ଟ ଜାରି ରହିବା ପରେ ସଂଧ୍ୟାରୁ ବମିଖାଲ, ସୂର୍ଯ୍ୟନଗର ଏବଂ ସତ୍ୟନଗରରୁ କଣ୍ଟେନମେଣ୍ଟ କଟକଣା ପ୍ରତ୍ୟାହାର କରିଛି ବିଏମସି | ତେବେ ଲକ୍ ଡାଉନ୍ ନିୟମ ରେ କିଛି ପରିବର୍ତ୍ତନ କରାଯାଇନାହିଁ | କଣ୍ଟନମେଣ୍ଟ ପ୍ରତ୍ୟାହାର ହୋଇଥିଲେ ବି ଆଶନ୍ତା ୭ ଦିନ ପର୍ଯ୍ୟନ୍ତ ଆକ୍ଟିଭ୍ ସର୍ଭେଲାନସ୍ ଜାରିି ରହିବ ବୋଲି ସୂଚନା ଦେଇଛନ୍ତି ବିଏମସି କମିଶନର ପ୍ରେମଚନ୍ଦ ଚୌଧୁରୀ ।ସୁଚନାଯୋଗ୍ୟ ଯେ ରାଜଧାନୀ ଭୁବନେଶ୍ୱରରୁ ସର୍ବାଧିକ ୪୬ ଜଣ କରୋନା ପଜିଟିଭ୍ ଚିହ୍ନଟ ହେବା କାରଣରୁ ବିଭିନ୍ନ ଅଂଚଳକୁ ଅଞ୍ଚଳକୁ ସିଲ୍ କରାଯାଇ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଥିଲା । ସେହି ଅଞ୍ଚଳକୁ ଲୋକଙ୍କ ପ୍ରବେଶ ଓ ପ୍ରସ୍ଥାନ ବନ୍ଦ କରାଯାଇ ଆକ୍ଟିଭ୍ ସର୍ଭେଲାନ୍ସ ଜାରି ରହିଥିଲା |
Sign in
Sign in
Recover your password.
A password will be e-mailed to you.