କେନ୍ଦ୍ର ଐତିହ୍ୟ ତାଲିକାରେ ବିଶ୍ୱ ପ୍ରସିଦ୍ଧ ମୟୂରଭଞ୍ଜ ଛଉ ନୃତ୍ୟ ସାଂସ୍କୃତିକ ପରମ୍ପରା ସ୍ଥାନିତ

0 2

ପ୍ରୋଜେକ୍ଟ ଛାଉଣୀ ପକ୍ଷରୁ କେନ୍ଦ୍ର ସରକାରଙ୍କୁ ସାଧୁବାଦ

ବାରିପଦା(ଦିଲ୍ଲୀପ ମହାନ୍ତି )- କେନ୍ଦ୍ର ଐତିହ୍ୟ ତାଲିକାରେ ବିଶ୍ୱ ପ୍ରସିଦ୍ଧ ମୟୂରଭଞ୍ଜ ଛଉ ନୃତ୍ୟ ସାଂସ୍କୃତିକ ପରମ୍ପରାକୁ କେନ୍ଦ୍ର ସରକାର ସ୍ଥାନ ଦେଇଥିବାରୁ ମୟୂରଭଞ୍ଜ ଜିଲ୍ଲାବାସୀଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହୋଇଛି । ମୟୂରଭଞ୍ଜ ଛଉ ନୃତ୍ୟର ସଂରକ୍ଷଣ ସହିତ ଏହାର ଅଧିକ ପ୍ରଚାର ,  ପ୍ରସାର ଏବଂ ହୃତଗୌରବକୁ ପୁନଃ ପ୍ରତିଷ୍ଠା  କରାଇବା ପାଇଁ ୨୦୧୬ରୁ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ କାର୍ଯ୍ୟକାରୀ ହୋଇ ଆସୁଥିବା ପ୍ରୋଜେକ୍ଟ ଛାଉଣୀ ପକ୍ଷରୁ ଏହାକୁ ସ୍ୱାଗତ କରାଯାଇଛି । ଏହିପରିପ୍ରେକ୍ଷୀରେ ଛାଉଣୀର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା  ଶୁଭଶ୍ରୀ ବାନାର୍ଜୀ  ପ୍ରେସ ବିବୃତ୍ତି ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପ୍ରହ୍ଲାଦ ପଟେଲଙ୍କୁ କୃତଜ୍ଞତା ଜଣାଇବା ସହ କେନ୍ଦ୍ର ସରକାରଙ୍କ ଏହି ପଦକ୍ଷେପ ମୟୂରଭଞ୍ଜ ଛଉନୃତ୍ୟ ସଂରକ୍ଷଣ କାର୍ଯ୍ୟରେ ବିଶେଷ ଭାବେ ସହାୟକ ହୋଇପାରିବ । ୨୦୧୦ରେ ୟୁନେସ୍କୋ ପକ୍ଷରୁ ବିଶ୍ୱ ଇନଟେଞ୍ଜିବଲ କଲଚରାଲ ହେରିଟେଜମାନଙ୍କ ମଧ୍ୟରେ ମୟୂରଭଞ୍ଜର ଛଉନୃତ୍ୟକୁ ସ୍ଥାନିତ କରାଇଥିଲେ । ତେବେ ଭାରତ ସରକାରଙ୍କ ସଂସ୍କୃତି ବିଭାଗ ପକ୍ଷରୁ ପ୍ରସ୍ତୁତ ତାଲିକାରେ ଛଉନୃତ୍ୟ ସ୍ଥାନ ପାଇବା ଅତ୍ୟନ୍ତ ଜରୁରୀ ରହିଥିଲା । ତେଣୁ କେନ୍ଦ୍ର ସରକାରଙ୍କ ସଂସ୍କୃତି ବିଭାଗ ପକ୍ଷରୁ ଏହି ପଦକ୍ଷେପ ଛଉନୃତ୍ୟ ସହିତ ଜଡ଼ିତ ପ୍ରତିଟି କଳାକାର, ବାଦ୍ୟଶିଳ୍ପୀ, ଗବେଷକ, ସଂରକ୍ଷକ, ସଙ୍ଗଠକ ପ୍ରମୁଖଙ୍କୁ ବେଶ ଉତ୍ସାହିତ କରାଇଛି ବୋଲି ଶ୍ରୀମତୀ ବାନାର୍ଜୀ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.