ବୁଗୁଡା ନଗର ବିଜେଡି ଓ ନାଗରିକଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୧,୧୫,୦୦୦ ଟଙ୍କା

0 2

ବୁଗୁଡା / ଡ଼ଃ କୁମୁଦ ଚନ୍ଦ୍ର ବେହେରା:  ବୁଗୁଡା ବିଜ୍ଞାପିତ ଅଞ୍ଚଳ ପରିଷଦ ବିଜୁ ଜନତା ଦଳର କର୍ମକର୍ତ୍ତା ଓ କେତଜଣ  ବଦାନ୍ୟ ବ୍ୟକ୍ତି ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୧,୧୫,୦୦୦ ଟଙ୍କା ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁଙ୍କ ମାଧ୍ୟମରେ ବୁଗୁଡା ବିଡ଼ିଓ ତନ୍ମୟ ପାତ୍ରଙ୍କ ଜରିଆରେ ସହାୟତା ପ୍ରଦାନ କରିଛନ୍ତି। ଏହି ସମୟରେ ବୁଗୁଡା ଅତିରିକ୍ତ ତହସିଲଦାର ସଂଗ୍ରାମ କେଶରୀ ଜେନା ମଧ୍ୟ ଉପସ୍ଥିତ ଥିଲେ। ଏହି ସହାୟତା ରାଶିରୁ ବିଜେଡି କର୍ମକର୍ତ୍ତା ବୃନ୍ଦ ୫୩ ହଜାର ଟଙ୍କା ପ୍ରଦାନ କରିଥିବା ବେଳେ ଏନଏସିର ବାଦାନ୍ୟ ବ୍ୟକ୍ତି ବୃନ୍ଦ ୬୨ ହଜାର ଟଙ୍କା ପ୍ରଦାନ କରିଛନ୍ତି। ରାଜ୍ୟ ଓ କେନ୍ଦ୍ର ସରକାର ଲକ ଡାଉନ ଘୋଷଣା ଯୋଗୁଁ ସବୁଠି କାର୍ଯ୍ୟ ବନ୍ଦ ହେବାପରେ ଗରିବ ଲୋକଙ୍କୁ ଉଭୟ ସରକାର ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି। ଏଣେ ସମସ୍ତ ଶିଳ୍ପ ଓ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ଯୋଗୁଁ ସରକାରଙ୍କ ରାଜକୋଷକୁ  ଅର୍ଥ ପ୍ରତିବନ୍ଧକ ସାଜିଛି। ଏହି ପରିସ୍ଥିତିକୁ ହୃଦୟଙ୍ଗମ କରି ବିଭିନ୍ନ ରାଜନୈତିକ ଦଳର ଜନପ୍ରତିନିଧି, ବିଭିନ୍ନ ବଦାନ୍ୟ ବ୍ୟକ୍ତିବୃନ୍ଦ ଏବଂ ସରକାରୀ ଓ ବେସରକାରୀ କର୍ମଚାରୀ ବୃନ୍ଦ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ରିଲିଫ ପାଣ୍ଠିକୁ ଆର୍ଥିକ ସହାୟତା ଯୋଗାଇଦେବାକୁ ଆଗଭର ହୋଇଛନ୍ତି।ଯାହା ଫଳରେ ସରକାରଙ୍କ ଆର୍ଥିକ ସ୍ଥିତି କିଛି ପରିମାନରେ ସୁଧୀରି ପାରିବ। ଆଜିର ଏହି ଆର୍ଥିକ ସହାୟତା ପ୍ରଦାନ ସମୟରେ ଅନ୍ୟ ମାନଙ୍କ ମଧ୍ୟରେ ବୁଗୁଡା ଏନଏସି ବିଜେଡି କର୍ମକର୍ତ୍ତା ବୃନ୍ଦ ଉପସ୍ଥିତ ଥିଲେ।

Leave A Reply

Your email address will not be published.