ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ପକ୍ଷରୁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ୬୯. ୪୦୦ ଟଙ୍କା ଦାନ

0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ପକ୍ଷରୁ କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ୬୯ ହଜାର ୪ଶହ ଟଙ୍କା ଦାନ କରାଯାଇଛି।
ଗଜପତି ଜିଲ୍ଲା ଶିକ୍ଷାଧିକାରୀ ପ୍ରଦୀପ କୁମାର ନାଗଙ୍କ ନିର୍ଦ୍ଦେଶ କ୍ରମେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଡ଼.ବୃଷକେତୁ ଦାଶ ବିଦ୍ୟାଳୟର ସମସ୍ତ ୩୩ ଜଣ ଶିକ୍ଷକ,ଶିକ୍ଷୟିତ୍ରୀ ଓ  କର୍ମଚାରୀଙ୍କ ଠାରୁ ରିଲିଫ୍ ପାଣ୍ଠିକୁ ଦାନ ସଂଗ୍ରହ କରି ଉକ୍ତ ପ୍ରଦାନ କରିଛନ୍ତି।
 ସଂପ୍ରତି ଦେଶ ତଥା ରାଜ୍ୟର ଦୁଃସ୍ଥିତି ସମୟରେ କର୍ମଚାରୀଙ୍କ ଏତାଦୃଶ୍ୟ ଦାନାକୁ ପ୍ରଧାନ ଶିକ୍ଷକ ଡ଼.ଦାଶ ସାଧୁବାଦ ଜଣାଇଛନ୍ତି।

Leave A Reply

Your email address will not be published.