କୋଭିଡ-୧୯  ମୁକାବିଲା ପାଇଁ ସହଯୋଗର ହାତ ବଢ଼ାଇଲେ ଓଡିଶା ଉଠା ଜଳସେଚନ ନିଗମ ଅଧ୍ୟକ୍ଷ 

0 1

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଅଧ୍ୟକ୍ଷ ଅମରେଶ ପ୍ରଦାନ କଲେ ୩ ମାସର ଅନରାରିୟମ

ଭୁବନେଶ୍ଵର-(ଶାସକ ପ୍ରଶାସକ) :  ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ କ୍ରମେ କରୋନା ଲଢେଇ ପାଇଁ ମନ୍ତ୍ରୀ ବିଧାୟକମାନେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଆର୍ଥିକ ସହାୟତା ପ୍ରଦାନ କରିଥିବା ବେଳେ ଏଥିରେ ସାମିଲ ହୋଇଛନ୍ତି ଓଡିଶା ରାଜ୍ୟ ଉଠା ଜଳସେଚନ ନିଗମର ଅଧ୍ୟକ୍ଷ ଶ୍ରୀ ଅମରେଶ ପତ୍ରୀ |  ସମଗ୍ର ରାଜ୍ୟରେ କରୋନା ଭୂତାଣୁ (କୋଭିଡ-୧୯) ସ୍ଥିତିର ମୁକାବିଲା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ରାଜ୍ୟ ସରକାର ମଜଭୁତିର ସହ ଲଢେଇ ଲଢ଼ୁଥିବା ବେଳେ  ଓଡିଶା ଉଠା ଜଳସେଚନ ନିଗମ ଅଧ୍ୟକ୍ଷ ଭାବେ ଶ୍ରୀ ପତ୍ରୀ ପାଇଥିବା ତାଙ୍କର ୩ ମାସର ପ୍ରାପ୍ୟ ( ଅନରାରିୟମ) ୧ ଲକ୍ଷ ୩୫ ହଜାର ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠି(କୁ ପ୍ରଦାନ କରିଛନ୍ତି । ଗତକାଲି  ଅର୍ଥାତ ପ୍ରବାଦ ପୁରୁଷ ବିଜୁବାବୁଙ୍କ ୨୩ ତମ ପୁଣ୍ୟ ତିଥି ଅବସରରେ ଶ୍ରୀ ପତ୍ରୀ ଏହି ଅର୍ଥ ଇଲେକ୍ଟ୍ରୋନିକ ଟ୍ରାନ୍ସଫର ବ୍ୟବସ୍ଥା ଜରିଆରେ ସି.ଏମ. ଆର.ଫଣ୍ଡକୁ  ପ୍ରେରଣ  କରିଥିବା ଜଣାଇଛନ୍ତି ।

         

Leave A Reply

Your email address will not be published.