କୋବିଦ ୧୯ କୁ ନେଇ ସାରା ବିଶ୍ୱ ଲଢେଇ କରୁଥିବା ବେଳେ ଆଜି ସେ ଲଢେଇରେ ହାରି ଯାଇଛନ୍ତି ଜଣେ ବରିଷ୍ଠ ପୋଲିସ ଅଫିସର | ଆଜି କୋବିଦ ୧୯ ଲଢେଇରେ ହାରିଯାଇଥିବା ବରିଷ୍ଠ ପୋଲିସ ଅଧିକାରୀ ଜଣକ ହେଲେ ଲୁଧିଆନାରେ ଏସିପି ଅନିଲ କୋହଲି | ସେ ଦୀର୍ଘ ୩୦ ବର୍ଷ ଧରି ପଞ୍ଜାବ ପୋଲିସ ବାହିନୀରେ କାର୍ଯ୍ୟ କରିଆସିଥିଲେ | ଆଜି ଅପରାହ୍ନରେ ରାଙ୍କର ଦେହାନ୍ତ ହୋଇଯାଇଛି ବୋଲି ପଞ୍ଜାବ ପୋଲିସ ମହାନିର୍ଦ୍ଦେଶକ ନିଜେ ଟୁଇଟ କରି ଜଣାଇଛନ୍ତି |
