ବିଜେପି ତରଫରୁ ମାସ୍କ ବଣ୍ଟନ ଓ ହସ୍ପିଟାଲ ପରିଦର୍ଶନ

0

ପଦ୍ମପୁର –  ପାଇକମାଲ ଓ ବିଭିନ୍ନ ଗ୍ରାମ ଅଞ୍ଚଳରେ ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତଙ୍କ ନେତୃତ୍ବରେ ଜନ ସାଧାରଣଙ୍କୁ ମାସ୍କ ବଣ୍ଟନ କରାଯିବା ସହ ପ୍ରତିଦିନ ମାସ୍କ ପିନ୍ଧି ଘରୁ ବାହାରିବା ପାଇଁ ଲୋକଙ୍କୁ ପରାମର୍ଶ ଦିଆଯାଇଥିଲା  । ଆଜି  ପାଖାପାଖି ଏକ ହଜାର ଲୋକଙ୍କୁ ମାକ୍ସ ବଣ୍ଟନ କରିଛନ୍ତି  । ମାକ୍ସ ବଣ୍ଟନ ସହ  ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ପାଇକମାଲ ହସ୍ପିଟାଲ ପରିଦର୍ଶନ କରି ଡାକ୍ତର ଓ ଅନ୍ଯ ଅଧିକାରୀ ମାନଙ୍କ ସହ ଆଲୋଚନା  କରିଥିଲେ  । ଆସନ୍ତା କାଲି ଝାରବନ୍ଦ ଓ ଡଭା ଅଞ୍ଚଳରେ ମାସ୍କ ବଣ୍ଟନ ପାଇଁ ସ୍ଥିର କରା ଯାଇଛି  । ଏହି ମାକ୍ସ ବଣ୍ଟନ ଓ ଜନସାଧାରଣଙ୍କୁ ସଚେତନ କରିବା କାର୍ଯ୍ୟକ୍ରମରେ ଭାରତୀୟ ଜନତା ପାର୍ଟି ଯୁବ ନେତା ସେବକ ମେହେର,ବିଜେପୁରର ଯୁବନେତା ଶ୍ରୀକାନ୍ତ ମିଶ୍ର,ପାଇକମାଲ ମଣ୍ଡଳ ସଭାପତି କୈଲାସ ଦିଶୀ,ସତ୍ଯ ବେହେରା,ପ୍ରମୋଦ କୁମାର ମେହେର,ରାଜେନ୍ଦ୍ର ସେଠି,ଧନୁର୍ଯ୍ଯ ପାଣ୍ତେ ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.