ମାଁ ଲଙ୍କେଶ୍ବରୀ କ୍ରିକେଟ କ୍ଲବ ସିଂହନପୁର ତରଫରୁ ଗାଁ ରେ ଅସହାୟ ମାନଙ୍କୁ ଆବଶ୍ୟକ ସାମଗ୍ରୀ ବଣ୍ଟନ

0 2

padmapur(shasak prashasak) : ସାରା ବିଶ୍ୱ କୁ ନିଜ ଆୟତରେ ନେଇଥିବା କରୋନା ଭୁତାଣୁ କୋବିଦ-୧୯ ସହ ଲଢ଼ିବା ପାଇଁ ଏବଂ ଦେଶ ବାସି ଙ୍କ ରକ୍ଷା ପାଇଁ ମାନ୍ୟବର ପ୍ରଧାନମନ୍ତ୍ରୀ ୨୧ ଦିନର ତାଲା ବାନ୍ଦ ଡାକରା ଦେଇଥିବା ବେଳେ ଦେଶ ହିତ ରେ କରା ଯାଇଥିବା ଏହି ଲକ ଡାଉନକୁ ସମର୍ଥନ କରି ସାରା ଦେଶ ରେ ଜନ ସାଧାରଣ ଲକଡାଉନ କରିଛନ୍ତି। ହେଲେ ନୀତି ଦିନ ମଜୁରୀ କରି ଖଟିଖାଉଥିବା ଲୋକ ମାନେ ଏହି ଲାକଦଉନ ଦ୍ୱାରା ଖାଇବାକୁ ନପାଇ ପ୍ରଭାବିତ ହେଉଛନ୍ତି। ସେହି ପରି ପଦ୍ମପୁର ଅଂଚଳ ର ଆଖ ପାଖ ଗାଁ ର କିଛି ଲୋକ ମଧ୍ୟ ଖାଇବାକୁ ପାଉ ନଥିବାବେଳେ ଆଜି ମାଁ ଲଙ୍କେଶ୍ବରୀ କ୍ରିକେଟ କ୍ଲବ ସିଂହନପୁର  ର ସଦସ୍ୟ ମାନେ ନିଜ ଗାଁ ସିଂହନପୁର ରେ କିଛି ଅସହାୟ ଲୋକ ଙ୍କୁ ଚାଉଳ, ଡାଲି, ଆଳୁ, ପନିପରିବା, ସାବୁନ ଆଦି  ବାଣ୍ଟିବା ସହ ପ୍ରଶାସନ କିପରି ଏହା ଉପରେ ଧ୍ୟାନ ଦେବ ସେ ପ୍ରତି ଚେଷ୍ଟା କରିବେ ବୋଲି କହିଛନ୍ତି।ଏହି ବଣ୍ଟନ ସମୟରେ ମାଁ ଲଙ୍କେଶ୍ବରୀ କ୍ରିକେଟ କ୍ଲବ ସିଂହନପୁର୍ ର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।

 

Leave A Reply

Your email address will not be published.