ଲକ ଡାଉନ ବେଳେ ଅସହାୟଙ୍କ ପାଇଁ ସାହା ହେଲେ ଯୁବ ନେତା ଟିଟୁ

0 2

ଭୁବନେଶ୍ବର / ନୂଆପଡା :-ବର୍ତ୍ତମାନ ସାରା ଦେଶରେ ଲକଡାଉନ । ଲୋକମାନେ  ଲକ ଡାଉନ ଯୋଗୁ ହନ୍ତସନ୍ତ | ଆଉ ଏ ଅବେଳରେ ଅସହାୟ ଲୋକଙ୍କ ଆଡକୁ ସହାୟତାର ହାତ ବଢ଼ାଇ ଦେଇଛନ୍ତି ନୂଆପଡାର ଯୁବ ନେତା ହରିଶ୍ଚନ୍ଦ୍ର ପଣ୍ଡା ଓରଫ ସମସ୍ତଙ୍କ ଆଦରର “ଟିଟୁ ଭାଇ”  ଗତ କିଛି ଦିନ ହେଲା ଅତ୍ୟନ୍ତ ଗରିବ ଶ୍ରେଣୀର ଲୋକଙ୍କୁ ମୁଖ୍ୟତ  ଯେଉଁମାନେ ଏହି ଲକଡାଉନ ଫଳରେ ଅତ୍ୟଧିକ ପ୍ରଭାବିତ ସେହି ଭଳି ଲୋକଙ୍କୁ ଖୋଜି ସେମାନଙ୍କ ପାଇଁ ଦିଓଲି ଖାଇବାର ବ୍ୟବସ୍ଥା କରୁଛନ୍ତି ।  ଗତ କିଛିଦିନ ହେଲା ପ୍ରତ୍ୟକ୍ଷ ଦିନ ନିଜ ସଞ୍ଚିତ ଅର୍ଥରୁ ଏହି ନିଃସ୍ୱ  ଲୋକଙ୍କ ନିକଟରେ ପହଂଛି ସେମାନଙ୍କୁ  15 ଦିନର ଶୁଖିଲା ଖାଦ୍ୟ ପ୍ରଦାନ କରୁଛନ୍ତି । ଟିଟୁଙ୍କର ଏହି କାମକୁ ଅଞ୍ଚଳ ର ସମସ୍ତ ବୁଦ୍ଧିଜୀବୀ ମାନେ ଢେର ପ୍ରସଂଶା କରିବା ସହିତ ଗରିବ ଲୋକମାନେ ଟିଟୁଙ୍କୁ ମାନଖୋଲି ଆଶୀର୍ବାଦ ମଧ୍ୟ ଦେଉଛନ୍ତି । ଇତି ମଧ୍ୟରେ ଟିଟୁ ଭାଇ ପାଞ୍ଚ ସାହରୁ ଉର୍ଦ୍ଧ୍ବ ଲୋକଙ୍କ ପାଖରେ ଖାଦ୍ୟ ପହଞ୍ଚାଇ ସାରିଲେଣି ।

ଏକଧାରରେ  ସେ ଜଣେ ସମାଜସେବୀ , ବଡି ବିଲ୍ଡର , ଜଣେ ଯୁବନେତା । ସମାଜସେବା ହେଉଛି ତାଙ୍କର ନିଶା । କେବେବି କୋଣସି ଲୋକଙ୍କୁ ବିପଦରେ ପଡିଥିବା ଦେଖିଲେ ତୁରନ୍ତ ବାହାରି ପଡ଼ନ୍ତି ସାହାଯ୍ୟ କରିବା ପାଇଁ । ଏମିତିକି ଯଦି ରାତି ଅଧିଆ ବି କେହି ସାହାଯ୍ୟ ପାଇଁ ତାଙ୍କୁ ଜଣାଏ ତେବେ ସେ ପହଂଛି ଯାଆନ୍ତି । ବହୁବାର  ରକ୍ତ ଦାନ କରି ସାରିଲେଣି । କେବଳ ନିଜେ ନୁହଁ ନିଜର ଧର୍ମ ପତ୍ନୀ ଙ୍କୁ ମଧ୍ୟ ଅନେକ ଥର ରକ୍ତ ଦାନ କରିବାକୁ ଉତ୍ସାହିତ କରିଛନ୍ତି । ଶ୍ରୀ ପଣ୍ଡାଙ୍କ କହିବା କଥା ହେଲା ଯେ ଦରକାର ବେଳେ ଯଦି କାହାକୁ ଉପଯୁକ୍ତ ସହଯୋଗ କଲେ ମନରେ ଢେର ଆତ୍ମସନ୍ତୁଷ୍ଟି ମିଳିଥାଏ । ମୁଁ ମୋର ଆତ୍ମ ସନ୍ତୁଷ୍ଟି ପାଇଁ ଲୋକଙ୍କ ସେବା କରୁଛି ଓ ଆଗାମୀ ଦିନରେ କରୁଥିବୀ । ଏହାସହିତ ସେ ଏକ ବାର୍ତ୍ତା ମଧ୍ୟ ଦେଇଛନ୍ତି । ଦୟାକରି ଭିଡିଓ ଟି ଦେଖନ୍ତୁ ।

Leave A Reply

Your email address will not be published.