ଜାଲରେ ଛନ୍ଦି ହୋଇ ଚାଲିଗଲା ଯୁବକଙ୍କ ପ୍ରାଣ

0

ନଦୀରେ ଜାଲ ସାହାଯ୍ୟରେ ମାଛ ଧରିବା ସମୟରେ ଅଘଟଣ

ସୁନ୍ଦରଗଡ଼/ horachand deuria :-ଆଜି ଅପରାହ୍ଣ ପାଞ୍ଚ ଟା ସମୟରେ ସଦର ଥାନା ଅନ୍ତର୍ଗତ ଡାଇନି ଡ଼ିହି ଗ୍ରାମର ଆଦର୍ଶ ପ୍ରଧାନ (୨୦) ନିଜ ଗାଁ ପାଖ ଦେଇ ଯାଇଥିବା ଇବନଦୀ କୁ ଜାଲ ସାହାଯ୍ୟରେ ମାଛ ଧରିବା ପାଇଁ ଯାଇଥିଲା ସେହି ସମୟରେ ଜାଲଟି ନଦୀର କୌଣସି ପଥରରେ ଛନ୍ଦି ହୋଇ ଯାଇଥିଲା | ସେ କଣ ପାଇଁ ଜାଲଟି ଫସିଲା ବୋଲି ଜାଳକୁ ଛଡେଇବା ପାଇଁ ନଇଁ ଭିତରେ ପଶିଥିବା କିନ୍ତୁ ଜାଳକୁ ଛଡ଼େଇବା ବଦଳରେ ସେ ନିଜେ ହିଁ ଛନ୍ଦି ହୋଇ ଯାଇଥିଲା ଏବଂ ନଦୀ ଭିତରେ ହିଁ ଫସି ରହିଥିଲା | ନଦୀରେ  କିଛି ବ୍ୟକ୍ତି ତାଙ୍କୁ ଉଦ୍ଧାର କରି ସୁନ୍ଦରଗଡ଼ ମେଡ଼ିକାଲ କୁ ଆମୁଲାନ୍ସ ଯୋଗେ ଅଣାଯାଇଥିଲା | ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି ,ଯେହେତୁ ସନ୍ଧ୍ୟା ହୋଇ ଯାଇଥିଲା ମୃତ ଦେହ ବ୍ୟବଚ୍ଛେଦ ହୋଇ ପାରିଲା ନାହିଁ ତେଣୁ ତାଙ୍କର ମୃତ ଦେହକୁ ମର୍ଡ ହାଉସରେ ରଖାଯାଇଛି କାଲି ସକାଳେ ମୃତ ଦେହ ବ୍ୟବଚ୍ଛେଦ କରି ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯିବ ବୋଲି ସଦର ଥାନା ପୋଲିସ ପକ୍ଷରୁ ସୂଚନା ମିଳିଛି |

Leave A Reply

Your email address will not be published.