ଆଇନ ନମାନି ରାମନବମୀ ପାଳି ବନ୍ଧାହେଲେ

0

ବଲାଙ୍ଗୀର(ନିରୋଜ ମିଶ୍ର): ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ସଦାଇପାଲିଠାରେ ଶ୍ରୀରାମ ନବମୀ ପାଳନ କରିବାକୁ ପ୍ରଶାସନ ମନା କରିଥିଲା ବେଳେ ଏହାର ଅବମାନନା କରିବାରୁ ୭ଜଣଙ୍କୁ ଗିରଫ କରାଯିବା ସହ ସେଠାରେ ୧୪୪ ଧାରା ଲାଗୁ ହୋଇଥିବା ଜଣାଯାଇଛି।ପ୍ରାପ୍ତ ସୂଚନା ଅନୁଯାୟୀ, ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ସଦାଇପାଲିଠାରେ ଶ୍ରୀରାମ ନବମୀ ପାଳନ କରିବାକୁ ଦଶ ଦିନ ପୂର୍ବରୁ ମଣ୍ଡପ ତିଆରି ହୋଇଥିଲା । କିନ୍ତୁ ୪ ଦିନ ପୂର୍ବରୁ ପ୍ରଶାସନ ପକ୍ଷରୁ ମଣ୍ଡପକୁ ଉଠାଇବାକୁ ଚିଠି ମାଧ୍ୟମରେ ନିର୍ଦେଶ ଦିଆଯାଇଥିଲା। ଗତ କାଲି ରାତି ୯ ଟା ଭିତରେ ମଣ୍ଡପ ଭାଙ୍ଗିବା ପାଇଁ ବଲାଙ୍ଗୀର ଉପଜିଲ୍ଲାପାଳ ନିଜେ ନିର୍ଦେଶ ଦେଇଥିଲେ।ଆଜି ସକାଳ ୧୦ ଟାରେ ଖବର ପାଇ ବଲାଙ୍ଗିର ଉପଜିଲ୍ଲାପାଳ ସଦଇପାଲିଠାରେ ପହଞ୍ଚି କରୋନା ପାଇଁ ଲୋକ ଜମା ହେବାକୁ ନେଇ ମନା କରିଥିଲୋ ଲୋକେ ଏହି ନିର୍ଦେଶ ନ ମାନିବାରୁ ଜେସିପି ଡାକି ମଣ୍ଡପ ଭାଙ୍ଗିଥିଲା ପ୍ରଶାସନ। ଏହି ମାମଲାରେ ମୋଟ୍ ୭ ଜଣଙ୍କୁ ଗିରଫ କରାଯାଇଥିବା ଜଣାଯାଇଛି। ଏବେ ସଦଇପାଲିଠାରେ ଏକ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି। ଗାଁରେ ଦୁଇଦିନ ପାଇଁ ମଧ୍ୟ ୧୪୪ ଧାରା ଲାଗୁ କରାଯାଇଛି।

Leave A Reply

Your email address will not be published.