ଘର ମୁହଁରେ ଦୀପ ଜାଳି ଶ୍ରୀରାମଙ୍କୁ ଆରାଧନା

0

ସୁନ୍ଦରଗଡ଼/ ହୋରାଚାନ୍ଦ ଦେଉରିଆ- କରୋନା ଲକଡାଉନ ଯୋଗୁଁ ସମ୍ପୂର୍ଣ୍ଣ ଦେଶର ମନ୍ଦିର ଗୁଡ଼ିକରେ ପ୍ରତିବନ୍ଧ ଲାଗିଥିବା ବେଳେ ସୁନ୍ଦରଗଡ଼ ଡେଙ୍ଗୀଭାଡିର କିଛି କୁନିକୁନି ପିଲା ମାନେ ପାଳନ କରିଛନ୍ତି ନିଆଁରା ଢଙ୍ଗରେ ଶ୍ରୀରାମଙ୍କ ଜନ୍ମ ଉତ୍ସବ | ସେମାନେ ଘରର ଦ୍ଵାର ମୁହଁରେ ଦୀପ ଜାଳି ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଙ୍କ ଜନ୍ମ ଉତ୍ସବ ପାଳନ କରିଥିବା ବେଳେ କରୋନା କବଳରୁ ମାନବ ସମାଜର ସୁରକ୍ଷା ପାଇଁ ପ୍ରାର୍ଥନା କରିଛନ୍ତି | ଆଜି ସନ୍ଧ୍ୟାରେ କୁନି କୁନି ପିଲାମାନେ ଘରର ଦ୍ଵାର ମୁହଁରେ ଝୋଟି ଚିତ୍ର କରିବା ସହିତ ଶ୍ରୀରାମଙ୍କ ଉଦେଶ୍ୟରେ ଦୀପ ଦାନ କରିଥିଲେ | ତାପରେ 108 ଥର ଶ୍ରୀରାମ ଜୟ ରାମ ଜୟ ଜୟ ରାମ ଜପ କରିବା ସହିତ ମହାମାରୀ କରୋନା କବଳରୁ ମାନବ ସମାଜକୁ ଉଦ୍ଧାର କରିବା ପାଇଁ ପ୍ରାର୍ଥନା କରିଥିଲେ | ତାଛଡା ସରକାରଙ୍କ କଟକଣା ଥିବା ଯାଏ ପ୍ରତ୍ୟେକ ଉତ୍ସବକୁ ଘର ଭିତରେ ପାଳନ କରି ଘରୁ ପଦାକୁ ନବାହାରିବାକୁ ସମାଜକୁ ନିବେଦନ କରିଥିଲେ | ଏଭଳି ନିଆରା ଢଙ୍ଗରେ ଶ୍ରୀରାମଙ୍କ ଜନ୍ମ ଉତ୍ସବ ପାଳନରେ ଗୁଡ଼ସଫର୍ଡ ପବ୍ଲିକ ସ୍କୁଲର ତୃତୀୟ ଶ୍ରେଣୀ ଛାତ୍ରୀ ସୁଶ୍ରୀ କୀର୍ତ୍ତିମୟୀ ବାଗ, ସୁଶ୍ରୀ ଲୋପାମୁଦ୍ରା ଦଣ୍ଡସେନା, ବୌଧ ଛାତ୍ରୀ ସୁଶ୍ରୀ ଚେତନା ବାଗ, ଓଡିଶା ପବ୍ଲିକ ସ୍କୁଲର ପଞ୍ଚମ ଶ୍ରେଣୀ ଛାତ୍ର ଦିବାସ ଦଣ୍ଡସେନା ପ୍ରମୁଖ ଅଂଶଗ୍ରହଣ  କରିଥିଲେ |

Leave A Reply

Your email address will not be published.