ଭୁବନେଶ୍ୱର (ଶାସକ ପ୍ରଶାସକ) : କୋଭିଦ-୧୯ ମୁକାବିଲା ପାଇଁ ସମଗ୍ର ଦେଶ ଅଣ୍ଟା ଭିଡିଥିବା ବେଳେ ନିଜ ଏ କ୍ଷେତ୍ରରେ ସହଯୋଗର ହାତ ବଢାଇଛନ୍ତି କନ୍ଧମାଳ ସାଂସଦ ଡ ଅଚ୍ୟୁତ ସାମନ୍ତ । ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ନିଜ ତିନିମାସର ଦରମା ପ୍ରଦାନ କରିଥିବା ବେଳେ ନିଜ ସାଂସଦ ହାତପାଣ୍ଠିରୁ ଅଢେଇକୋଟି ଟଙ୍କା ପ୍ରଦାନ କରିଛନ୍ତି ଡ. ସାମନ୍ତ । ଏହି ମର୍ମରେ କନ୍ଧମାଳ, ବୌଦ୍ଧ, ଗଞ୍ଜାମ ଓ ନୟାଗଡ ଜିଲ୍ଲାପାଳଙ୍କୁ ପତ୍ରଲେଖି ଆବଣ୍ଟିତ ରାଶିକୁ କୋଭିଦ-୧୯ ସମ୍ପର୍କିତ ପରୀକ୍ଷା, ସ୍କ୍ରିନିଂ ଓ ଅନ୍ୟ ଚିକିତ୍ସା ସୁବିଧା ଯୋଗାଇଦେବା ପାଇଁ ପରାମର୍ଶ ଦେଇଛନ୍ତି । ଡ. ସାମନ୍ତ ତାଙ୍କ ଚିଠିରେ କନ୍ଧମାଳ ଜିଲ୍ଲାକୁ ୧.୧୦ କୋଟି, ବୌଦ୍ଧ ଜିଲ୍ଲାକୁ ୭୦ ଲକ୍ଷ, ଗଞ୍ଜାମ ଜିଲ୍ଲାକୁ ୩୫ ଲକ୍ଷ ଓ ନୟାଗଡ ଜିଲ୍ଲାକୁ ୩୫ଲକ୍ଷ ଆବଣ୍ଟିତ କରିଥିବା ଉଲ୍ଲେଖ କରିଛନ୍ତି |
Sign in
Sign in
Recover your password.
A password will be e-mailed to you.
Next Post