ବୁଗୁଡା ବିଡ଼ିଓ କଥାହୋଇ ଶ୍ରମିକଙ୍କୁ ଦେଲେ ଆଶ୍ୱାସନା

0 3

ବୁଗୁଡା (ଡ଼ଃ କୁମୁଦ ଚନ୍ଦ୍ର ବେହେରା):   ବୁଗୁଡା ବ୍ଲକ ଓ ପୋଲସରା ବ୍ଲକର ୨୨ ଜଣ ଦାଦନ ଶ୍ରମିକ କେରଳରେ ଫସି ରହିଥିବା ବେଳେ ସେଠାରେ ସେମାନଙ୍କୁ ଓଳିଏ ଖାଇବାକୁ ମିଳୁଥିବା ଜଣାପଡିଛି। କେରଳରେ ଫସି ରହିଥିବା ବୁଗୁଡା ବ୍ଲକ ଗୋଲିଆ ପଞ୍ଚାୟତର ଚିରିକିପଡା ଗ୍ରାମର ଅରୁଣ ସାହୁଙ୍କ ସହ ବୁଗୁଡା ପ୍ରେସ କ୍ଲବ ସମ୍ପାଦକ ଅନିଲ କୁମାର ମହାରଣା କଥାବାର୍ତ୍ତା ହୋଇ ଅଭାବ ଅସୁବିଧା ବୁଝି ବୁଗୁଡା ବିଡ଼ିଓ ତନ୍ମୟ ପାତ୍ରଙ୍କ ସହ ଆଲୋଚନା କରି ଅରୁଣ ସାହୁଙ୍କ ଫୋନ ନମ୍ବର ଦେଇଥିଲେ। ବିଡ଼ିଓ ଶ୍ରୀ ପାତ୍ର କେରଳରେ ଫସି ରହିଥିବା ଶ୍ରମିକ ମାନଙ୍କ ସହ ଫୋନ ଯୋଗେ ଆଲୋଚନା କରିଥିଲେ। ହ୍ଵାଟ୍ସଆପରେ ଶ୍ରମିକ ମାନଙ୍କ ପାଖକୁ ଏକ ଫର୍ମ ପଠାଇ ତାହା ପୂରଣ କରି ପଠାଇଲେ ସେମାନଙ୍କ ଖାଇବା ପାଇଁ ଅର୍ଥ ପଠାଇବାବୁ ଆଶ୍ୱାସନା ଦେଇ ବର୍ତ୍ତମାନର ଏହି  ସମୟରେ ଆତ୍ମବଳ ଦୃଢ଼ କରି ଧର୍ଯ୍ୟର ସହ ରହିବାକୁ ଶ୍ରମିକ ମାନଙ୍କୁ ପରାମର୍ଶ ଦେଇଥିଲେ।

Leave A Reply

Your email address will not be published.