ଚୋରୀ ଘଟଣାର ପର୍ଦ୍ଦାଫାଶ  କଲା ପୁଲିସ, ଭେଟରାନ ଚୋର ଆକାଶ ମୁଖୀ ଗିରଫ

0 2

ବାରିପଦା(ଦିଲ୍ଲୀପ ମହାନ୍ତି )- ଗତ ମଙ୍ଗଳବାର ମୟୂରଭଞ୍ଜ ଜିଲ୍ଲାରେ ଲକ୍ ଡ଼ାଉନ ଘୋଷଣା ହେବା ରାତିରେ ବାରିପଦା ପୌରପରିଷଦର ୱାର୍ଡ  ନମ୍ବର ୨୪ କାଳିକାପୁର ଅଞ୍ଚଳରେ ଏକ ବାସଭନରୁ ଚୋର କଳାକନା ବୁଲାଇ ଦେବା ମାମଲା ଉପରୁ ପରଦା ହଟାଇଛି ପୁଲିସ । ଉକ୍ତ ମାମଲାରେ ସେହି ଅଞ୍ଚଳର ଜଣାଶୁଣା  ଦାଗୀ ଆକାଶ ଓରଫ ବାଦଲ ମୁଖୀ(୨୦)କୁ ବାରିପଦା ଟାଉନ ଥାନା ପୁଲିସ ଗିରଫ କରିବା ସହ ତା ନିକଟରୁ ଏକ ଦାମୀ ଏଲସିଡ଼ି ଟିଭି ଜବତ କରିଛି । ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି, ଲକ୍ ଡ଼ାଉନ ରାତିରେ କାଳିକାପୁର ଅଞ୍ଚଳର ବାସୀନ୍ଦା ଅନିରୁଦ୍ଧ ପ୍ରଧାନଙ୍କ ଘରୁ ବିଭିନ୍ନ ଜିନିଷପତ୍ର ଚୋରୀ ହୋଇଥିବାର ଜଣାପଡ଼ିବା ପରେ ଏହାକୁ ନେଇ ବାରିପଦା ଟାଉନ ଥାନାରେ ଲିଖିତ ଅଭିଯୋଗ ହେବା ପରେ ଥାନାରେଏକ ମାମଲା ରୁଜୁ ହୋଇଥିଲା ଏବଂ ପୁଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଥିଲା । ଉକ୍ତ ଘଟଣାରେ ସନ୍ଦେହ  ଘେର ମଧ୍ୟକୁ ଆକାଶ ଓରଫ ବାଦଲ ଆସିବା ପରେ ପୁଲିସ ତାକୁ ଖୋଜି ବୁଲୁଥିଲା । ରାତିରେ ତାକୁ ପୁଲିସ ଠାବ କରି ଥାନାକୁ ଆଣି ପଚରାଉଚରା କରିବା ପରେ ନିଜର ଦୋଷ ସ୍ୱୀକାର କରିଥିଲା । ସୂଚନା ଯୋଗ୍ୟ ଯେ, ବାଦଲ ଓରଫ ଆକାଶ ମୁଖୀଙ୍କ ନାମରେ ବାରିପଦା ଟାଉନ ଥାନାରେ ୨୦୧୪ରୁ ଅଦ୍ୟାବଧି ୯ଟି ଅପରାଧିକ ମାମଲା ରହିଛି ଏବଂ ବିଭିନ୍ନ ମାମଲାରେ ସେ ଜେଲ ମଧ୍ୟ ଯାଇଛି ।

Leave A Reply

Your email address will not be published.