ପଦ୍ମପୁର-କରୋନା ନିରାକରଣ ପାଇଁ ଏ ଯାଏଁ କୌଣସି ଔଷଧ ବାହାରିନାହିଁ । କରୋନା କୁ ଦମନ ପାଇଁ ସଚେତନତା ଏକମାତ୍ର ଉପାୟ । ସାଇଟାଇଜର,ହେଣ୍ଡଓ୍ବାସ ତଥା ସାବୁନରେ ହାତ ଧୋଇବା । ମୁହରେ ମାକ୍ସ ଲଗାଇବା । ପରିବେଶ ଚାରିପଟେ ସଫାରଖିବା ପାଇଁ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ସମସ୍ତ ଜନସାଧାରଣଙ୍କୁ ସଚେତନ କରାଯାଉଛି। ଆଜି ସନ୍ଧ୍ୟା ସମୟରେ ପଦ୍ମପୁର ଅଗ୍ନିଶମ ବିଭାଗ ସହାୟତାରେ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ କ୍ଳୋରିନ ପାଣି ସିଞ୍ଚନ କରାଯାଇଛି। ଏହି ପାଣି ସିଞ୍ଚନ ସମୟରେ ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଜୟନ୍ତ କୁମାର ସାହୁ,ଲାଲା ମହାପାତ୍ର, ରଘୁମଣି ସାହୁ ତଥା ଅନ୍ୟାନ୍ୟ କର୍ମଚାରୀ ଏବଂ ଅଗ୍ନିଶମ ବିଭାଗ ତରଫରୁ ଅର୍ଜୁନ ବାଗ,ତପନ ବେହେରା ଓ ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ଥିଲେ ।
Sign in
Sign in
Recover your password.
A password will be e-mailed to you.