ବୁଗୁଡା : ମୋଟ ପଞ୍ଜୀକୃତ ୧୧୨୯, ଏଥିରେ ଅଛନ୍ତି ୫ ବିଦେଶୀ ଫେରନ୍ତା

0 2

ବୁଗୁଡା /ଡ଼ଃ କୁମୁଦ ଚନ୍ଦ୍ର ବେହେରା:  ବୁଗୁଡା ବ୍ଲକ ଓ ବୁଗୁଡା ଏନଏସିରେ ବାହାର ରାଜ୍ୟରୁ ଆସିଥିବା ୧୧୨୪ ଜଣ ବ୍ୟକ୍ତି ଓ ବାହାର ଦେଶରୁ ଆସିଥିବା ୫ ଜଣ ବ୍ୟକ୍ତି, ଏହିପରି ମୋଟ ୧୧୨୯ ଜଣ ପଞ୍ଜୀକୃତ ହୋଇଥିବା ବେଳେ କୌଣସି ବ୍ୟକ୍ତିଙ୍କ କରୋନା ଲକ୍ଷଣ ଦେଖାଯାଇନଥିବା ଜଣାପଡିଛି। ବୁଗୁଡା ବ୍ଲକ ନୋଡାଲ ଅଫିସର ତଥା ବିଡ଼ିଓ ତନ୍ମୟ ପାତ୍ରଙ୍କ କହିବା ପ୍ରକାରେ ବୁଗୁଡା ବ୍ଲକରେ ମୋଟ ୧୦୨୯ ଜଣ ପଞ୍ଜୀକୃତ ହୋଇଥିବା ବେଳେ ୧୦୨୭ଜଣ ଅନ୍ୟ ରାଜ୍ୟରୁ ଫେରିଥିବା ବେଳେ କୌଣସି ବ୍ୟକ୍ତିଙ୍କ କରୋନା ସଂକ୍ରମଣ ଲକ୍ଷଣ ଦେଖାଯାଇ ନାହିଁ। ବିଦେଶରୁ ଗତ ୪ ତାରିଖରେ ଫେରିଥିବା ଦୁଇ ପଞ୍ଚାୟତର ୨ ଜଣଙ୍କୁ ଜିଲ୍ଲା ପ୍ରଶାସନ ୧୪ ଦିନ ସଙ୍ଗରୋଧ କେନ୍ଦ୍ରରେ ରଖି ଛାଡିଥିବା ବେଳେ ଏଠାରେ ସାତ ଦିନ ମଧ୍ୟରେ କୌଣସି ପ୍ରକାର ଲକ୍ଷଣ ଦେଖାଯାଇନାହିଁ।ସେହିପରି ବୁଗୁଡା ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ରଶ୍ମିରଞ୍ଜନ ଦାଶ କହିଛନ୍ତି ଯେ ୯୭ ଜଣ ଅନ୍ୟ ରାଜ୍ୟରୁ ଫେରିଥିବା ବେଳେ କାହାର ମଧ୍ୟ କରୋନା ଲକ୍ଷଣ ନାହିଁ।ସେହିପରି ଅନ୍ୟ ଦେଶରୁ ଫେରିଥିବା ୩ ଜଣ ଜିଲ୍ଲା ପ୍ରଶାସନ ପକ୍ଷରୁ ୧୪ ଦିନ ସଙ୍ଗରୋଧ କେନ୍ଦ୍ରରେ ରହି ଏଠାକୁ ଆସିବାର ସାତ ଦିନ ମଧ୍ୟରେ କରୋନା ଲକ୍ଷଣ ଦେକଖାଯାଇନାହିଁ।ଲକ୍ ଡାଉନ ନିର୍ଦ୍ଦେଶ କାର୍ଯ୍ୟକାରୀ କରବା ପାଇଁ ଜନସାଧାରଣଙ୍କୁ ସଚେତନତା କରିବା ସହ ଗ୍ରାମକୁ ପରିଷ୍କାର ରଖିବା ପାଇଁ ବ୍ଲକ ପ୍ରଶାସନ ଅଣ୍ଟା ଭିଡିଛି । ବୁଗୁଡା ବିଡ଼ିଓ ତନ୍ମୟ ପାତ୍ର ଆଜି  ବେତାରସିଂ ଓ ତାକରଡ଼ା ଗ୍ରାମକୁ ଯାଇ ନଜର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଦୁଇ ଗ୍ରାମର ସଫେଇ କାର୍ଯ୍ୟ କରାଇଥିଲେ।ସମସ୍ତ ପଞ୍ଚାୟତରେ ମଧ୍ୟ ଏହି କାର୍ଯ୍ୟକ୍ରମକୁ ହାତକୁ ନିଆଯିବ ବୋଲି ଶ୍ରୀ ପାତ୍ର ପ୍ରକାଶ କରିଥିଲେ।

 

Leave A Reply

Your email address will not be published.