ମୁଖ୍ୟମନ୍ତ୍ରୀଙ୍କ ପଦାଙ୍କ ଅନୁସରଣ କରି  ଅରୁଣ ଦେଲେ ତିନିମାସର ଦରମା 

0 2

ଭୁବନେଶ୍ୱର (ଶାସକ ପ୍ରଶାସକ)  କରୋନା ଆତଙ୍କ ଏବେ ସମଗ୍ର ବିଶ୍ୱକୁ କବଳିତ କରିଥିବା ବେଳେ ଓଡିଶା ସରକାର କରୋନାର ମୁକାବିଲା କରିବା ପାଇଁ ବ୍ୟାପକ ଯୁଦ୍ଧକାଳୀନ ପଦକ୍ଷେପ ଗ୍ରହଣ କରିଛନ୍ତି | କରୋନା ମହାମାରୀର ମୁକାବିଲା କରିବା ପାଇଁ ବିପୁଳ ଅର୍ଥର ଆବଶ୍ୟକତା ଥିବା ବେଲେ ଏଥିପାଇଁ ସହଯୋଗର ହାତ ବଢ଼ାଇବା ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ନିଜ ତିନି ମାସର ଦରମା ସିଏମ ରିଲିଫ ଫଣ୍ଡକୁ ଦାନ କରିବା ସହ ଲୋକମାନଙ୍କଠାରୁ ସହାୟତା ପାଇଁ ନିବେଦନ କରିଥିବା ବେଳେ ତାଙ୍କରି ପଦାଙ୍କ ଅନୁସରଣ କରିଛନ୍ତି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂ ପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ | ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ କ୍ରମେ  କରୋନା ଭୂତାଣୁ (କୋଭିଡ୍‌-୧୯) ସଂକ୍ରମଣର ମୁକାବିଲା କରିବା ପାଇଁ ଆଜି ତାଙ୍କର ତିନି ମାସର ଦରମା ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠି (କୋଭିଡ୍‌-୧୯ ଫଣ୍ଡ)କୁ ଦାନ କରିଛନ୍ତି ।

 

Leave A Reply

Your email address will not be published.