ବୁଗୁଡା/ଡ଼ଃ କୁମୁଦ ଚନ୍ଦ୍ର ବେହେରା: ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ୨୨ ତାରିଖରେ ଜନତା କର୍ଫ୍ୟୁ ପାଳନ କରିବାକୁ ଦେଇଥିବା ଆହ୍ୱାନକୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସମ୍ପୂର୍ଣ୍ଣ ସହଯୋଗ କରିଥିବା ପରିପ୍ରେକ୍ଷୀରେ ବୁଗୁଡା ବ୍ଲକ ଓ ବୁଗୁଡା ସହରରେ ଏହା ସମ୍ପୂର୍ଣ୍ଣ ସଫଳ ହୋଇଛି। ୨୧ ତାରିଖ ଦିନ ପୋଲସ ବିଭାଗ ପକ୍ଷରୁ ଡ଼ାକବାଜି ଯନ୍ତ୍ର ଦ୍ୱାରା ଜନତା କର୍ଫ୍ୟୁରେ ସମସ୍ତେ ସାମିଲ ହେବାକୁ ପ୍ରଚାର କରବା ସହ ନିୟମ ଭଙ୍ଗ କାରୀଙ୍କ ଉପରେ ଆଇନଗତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଘୋଷଣା କରାଯାଇଥିଲା।ଏଥି ସହ ବୁଗୁଡା ବ୍ଲକ ପ୍ରଶାସନ, ତହସିଲ ପ୍ରଶାସନ, ସ୍ୱାସ୍ଥ୍ୟ ବିଭାଗ, ପୋଲିସ ବିଭାଗ, ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନ ଓ ବିଭିନ୍ନ ଛାପା ମିଡ଼ିଆ, ବୈଦ୍ୟୁତିକ ମିଡିଆ ଓ ସୋସିଆଲ ମିଡ଼ିଆରେ ବହୁଳ ପ୍ରଚାର ସହ ଜନସାଧାରଣଙ୍କ ସଚେତନତା ଯୋଗୁଁ ଜନତା କର୍ଫ୍ୟୁ ବୁଗୁଡା ବ୍ଲକ ଓ ସହରରେ ସମ୍ପୂର୍ଣ୍ଣ ସଫଳ ହୋଇ ପାରିଛି। ଔଷଧ ଦୋକାନ ବ୍ୟତୀତ ଅନ୍ୟ ସମସ୍ତ ଦୋକାନ ବନ୍ଦ ଥିବା ବେଳେ ରାସ୍ତାଘାଟ ଶୂନଶାନ ଥବା ଦେଖିବାକୁ ମିଳିଛି। ଜନତା କର୍ଫ୍ୟୁ ସଫଳତା ହୋଇଥିବା ଯୋଗୁଁ ଜନସାଧାରଣ କରୋନା ଭୂତାଣୁର ଭୟାବହକୁ ହୃଦୟଙ୍ଗମ କରିଥିବା ଆଶା କରାଯାଉଛି। ତଥାପି ପୋଲିସ ବାହିନୀ ବୁଗୁଡା ସହର ସମେତ ଗ୍ରାମାଞ୍ଚଳରେ ପେଟ୍ରୋଲିଂ କରି ପରିସ୍ଥିତି ଉପରେ ନଜର ରଖିଥିବା ଦେଖିବାକୁ ମିଳିଛି।
Sign in
Sign in
Recover your password.
A password will be e-mailed to you.