ବୁଗୁଡା/ଡ଼ଃ କୁମୁଦ ଚନ୍ଦ୍ର ବେହେରା : ବୁଗୁଡା ବନ ବିଭାଗ ପକ୍ଷରୁ ଆମ୍ବିଳି ଝର ନିକଟରେ ମୂଲ୍ୟବାନ କାଠ ବୋଝେଇ ୪୦୭ ମିନିଟ୍ରକ, ଏକ ବାଇକ ଜବତ କରବା ସହ କାଠ ଚୋରା ଚାଲାଣ ଅଭିଯୋଗରେ ୪ ଜଣଙ୍କୁ ଗିରଫ କରାଯାଇଥିବା ଜଣାପଡିଛି।ଓଏଜି ୬୧୭୭ ନମ୍ବର ୪୦୭ ମିନି ଟ୍ରକରେ ଶଗୁଆନ, ଶାଳ, ହଳନ୍ଦ, ଜାମ ପ୍ରଭୃତି ୨୨ଖଣ୍ଡ ମୂଲ୍ୟବାନ କାଠ ଗଣ୍ଡି ବୋଝେଇ ହୋଇ ଚୋରା ଚାଲାଣ ହେଉଥିବା ଖବର ପାଇ ଦକ୍ଷିଣ ଘୁମୁସର ବନଖଣ୍ଡ ଅଧିକାରୀ ସତ୍ୟନାରାୟଣ ବେହୁରାଙ୍କ ନିର୍ଦ୍ଦେଶ କ୍ରମେ ଏସିଏଫ ପ୍ରଭାକର ନାୟକ, ବୁଗୁଡା ବନାଞ୍ଚଳ ଅଧିକାରୀ ଫକୀର ଚରଣ ବେହେରା,ବନପାଳ ସୂର୍ଯ୍ୟମଣି ସେଠୀ,ଓ ଅଭିରାମ ଖୀଲି,ଭାରପ୍ରାପ୍ତ ବନପାଳ ସୁବ୍ରତ କୁମାର ତ୍ରିପାଠୀ, ବନରକ୍ଷୀ ଶିବରାମ ପାତ୍ର, ଓ ଅଶ୍ୱିନ ପାତ୍ର, ପାରା ଫରେଷ୍ଟର ଷ୍ଟାପ ଏବଂ ବୁଗୁଡା ପୋଲିସ ବାହିନୀ ଆମ୍ବିଳି ଝର ନିକଟରେ କାଠ ବୋଝେଇ ୪୦୭ ମିନିଟ୍ରକକୁ ଜବତ କରିବା ସହ ଗାଡିକୁ ସୁରକ୍ଷା ଦେବାକୁ ସାଙ୍ଗରେ ଯାଉଥିବା ଓଡ଼ି ୦୭ ଏଲ ୨୨୪୩ ନମ୍ବର ବାଇକକୁ ମଧ୍ୟ ଜବତ କରାଯାଇଛି। ଏଥିସହ ଚୋରା କାଠ ଚାଲାଣ ଅଭିଯୋଗରେ ମିନିଟ୍ରକ ଚାଳକ ପୋଲସରା ବ୍ଲକର ଡିମ୍ବିରିଆ ଗ୍ରାମର ରାମଚନ୍ଦ୍ର ବେହେରା, କୀର୍ତ୍ତନ ସାହୁ,ବେଲଗାଁ ଗ୍ରାମର ପ୍ରେମାନନ୍ଦ ସାହୁ, ଓ ବର୍ତ୍ତୀନ ଗ୍ରାମର ବନମାଳୀ ପାତ୍ରକୁ ଗିରଫ କରାଯାଇଛି।ଜବତ କାଠର ପରିମାଣ ୪୩ ସିଏଫଟି ହୋଇଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ଦେଢ଼ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଆକଳନ କରାଯାଇଛି। ଏନେଇ ବୁଗୁଡା ବନାଞ୍ଚଳ କାର୍ଯ୍ୟାଳୟ କେସ ନଂ ୨୯୮/ ୨୦୧୯-୨୦ ପ୍ରକାରେ ଏକ ମାମଲା ରୁଜୁ ହୋଇ ଗିରଫ ଚାରିଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି।
Sign in
Sign in
Recover your password.
A password will be e-mailed to you.