ବୁଗୁଡା / ଡ଼ଃ କୁମୁଦ ଚନ୍ଦ୍ର ବେହେରା :ବୁଗୁଡା ବ୍ଲକ ଅନ୍ତର୍ଗତ କରୁଣା ଟ୍ରଷ୍ଟ ପରିଚାଳିତ ମାଣିତରା ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରରେ କରୋନା ସଚତେନତା କାର୍ଯ୍ୟକ୍ରମ ଶନିବାର ଦିନ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମାଣିତରା ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରର ଡାକ୍ତର ଦୁର୍ଗା ପ୍ରସାଦ ବିଶ୍ୱାଳ ଉପସ୍ଥିତ ଜନସାଧାରଣଙ୍କୁ କରୋନା ରୋଗ ବିଷୟରେ ବୁଝାଇ କହିଥିଲେଯେ ବର୍ତ୍ତମାନ ସୁଦ୍ଧା ଏହି ରୋଗ ପାଇଁ ପ୍ରତିଷେଧକ ଟୀକା କିମ୍ବା ଔଷଧ ବାହାରି ନଥିବା ବେଳେ କରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ସତର୍କତା ଅବଲମ୍ବନ ହିଁ ଏକମାତ୍ର ଉପାୟ। ସେଥିପାଇଁ ବାରମ୍ବାର ସାବୁନ ବା ହ୍ୟାଣ୍ଡ ୱାସ ଦ୍ୱାରା ହାତ ସଫା କରବା, ଜନସମାଗମ ମଧ୍ୟକୁ ନଯିବା, କୌଣସି ଲୋକଙ୍କୁ ଯଦି ଶର୍ଦ୍ଦି କାଶ ହେଉଥିବ ସେହି ବ୍ୟକ୍ତିଙ୍କ ଠାରୁ ଏକ ମିଟରରୁ ଅଧିକ ଦୂରରେ ରହିବା ପ୍ରଭୁତି ବିଷୟରେ ଆଲୋକପାତ କରିଥିଲେ। ଆସନ୍ତା କାଲି ଅର୍ଥାତ ୨୨ତାରିଖରେ ଅନୁଷ୍ଠିତ ଜନତା କର୍ଫ୍ୟୁକୁ ସମସ୍ତେ ପାଳନ କରିବା ପାଇଁ ଅନୁରୋଧ କରିଥିଲେ। କାର୍ଯ୍ୟକ୍ରମ ଚାଲିଥିବା ବେଳେ ରୋଗୀ କଲ୍ୟାଣ ସମିତି ଚେୟାରପର୍ସନ ତଥା ଜିଲ୍ଲା ପରିଷଦ ସଦସ୍ୟା ଭୁବନେଶ୍ଵରୀ ଖଟେଇ ଓ ପୁର୍ବତନ ଜିଲ୍ଲା ପରିଷଦ ସଦସ୍ୟ ଖଦାଳ ଖଟେଇ ଅଚାନକ ମେଡିକାଲ ପରିଦର୍ଶନ ପାଇଁ ପହଞ୍ଚି ସଚେତନତା କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହି ଅବସରରେ ସମସ୍ତଙ୍କୁ ହାତ ଧୋଇବା ପ୍ରଣାଳୀ ବୁଝାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଫାର୍ମାସିଷ୍ଟ ରାମ ଚନ୍ଦ୍ର ମିଶ୍ର, ଟେକିନିସିଆ କାଳୀ ପ୍ରସାଦ ସାହୁ,ମହିଳା ସ୍ୱାସ୍ଥ୍ୟ କର୍ମୀ କୃଷ୍ଣ ପ୍ରିୟା ପଣ୍ଡା ଓ ପ୍ରତିମା ସ୍ଵାଇଁ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।ଏହାପରେ ଶ୍ରୀମତୀ ଖଟେଇ କରୋନା ସଂକ୍ରମଣ ରୋଗୀଙ୍କ ପାଇଁ ସଙ୍ଗରୋଧ ଗୃହ ବୁଲି ଦେଖିବା ସହ ଏହାର କିପରି ସୁଫଳ ମୁକାବିଲା ହୋଇ ପାରିବ ଡାକ୍ତର ଓ କର୍ମଚାରୀ ବୃନ୍ଦଙ୍କ ସହ ଆଲୋଚନା କରିଥିଲେ।
Sign in
Sign in
Recover your password.
A password will be e-mailed to you.