କରୋନା ସଚେତନତା :  ଲୋକଙ୍କ ପାଖକୁ ଯାଇ ଲୋକଙ୍କୁ ବୁଝାଇଲେ ସୁଶାନ୍ତ 

0

ସୋହେଲା :- ବର୍ତ୍ତମାନ ବିଶ୍ୱରେ କରୋନା  ଭୁତାଣୁ କ୍ଷିପ୍ର ଗତିରେ ନିଜ କାୟା ବିସ୍ତାର କରିବାରେ ଲାଗିଛି । ଯାହାଫଳରେ ବହୁ ଧନଜୀବନ ନଷ୍ଟ ହେଇ ସରିଛି ଓ ଆଗକୁ ମଧ୍ୟ ହେବାର ଯଥେଷ୍ଟ ସମ୍ଭାବନା କୁ ଏଡାଇ ଦିଆଯାଇ ନପାରେ । ଏହି ଭୁତାଣୁ କବଳରୁ ଲୋକଙ୍କୁ ରକ୍ଷା କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଅପ୍ରାଣ ଉଦ୍ୟମ ଜାରି ରଖିଛନ୍ତି । ସବୁ ପ୍ରକାରର ସୁରକ୍ଷା ସଚେତନତା ପାଇଁ ,ସରକାର , ପ୍ରଶାସନ , ବିଭିନ୍ନ ସ୍ବେଚ୍ଛାସେବୀ ସଂସ୍ଥା , ବ୍ୟକ୍ତି ବିଶେଷ ଲାଗିପଡିଛନ୍ତି । ସମସ୍ତଙ୍କର ଗୋଟେ ମହତ ଉଦ୍ଦେଶ୍ୟ  କରୋନାକୁ ପରାସ୍ତ କରିବା । 

  ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ , ରାଜ୍ୟ ସରକାରଙ୍କ ମନ୍ତ୍ରୀ, ବିଧାୟକ, ସମସ୍ତ ପ୍ରଶାସନିକ ଅଧିକାରୀ ମାନେ ବର୍ତ୍ତମାନ ଜନସାଧାରଣଙ୍କୁ ଏହି ଭୁତାଣୁର ପ୍ରକୋପରୁ  ରକ୍ଷା ପାଇବାର ଉପାୟ ବାବଦରେ ଲୋକଙ୍କୁ ସଚେତନ କରାଉଛନ୍ତି । ନିଜ ନିର୍ବାଚନମଣ୍ଡଳୀରେ ଲୋକଙ୍କୁ ସଚେତନ କରାଇବା ପାଇଁ ମୁଖ୍ୟମନ୍ତ୍ରୀ ଦେଇଥିବା ନିର୍ଦ୍ଦେଶକୁ ଗୁରୁଜ୍ଞାନ କରି  ରାଜ୍ୟ ସରକାରଙ୍କର କ୍ୟାବିନେଟ ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂ ଏବେ ଲୋକଙ୍କ ପାଖକୁ ଯାଇ ଲୋକଙ୍କ ଭିତରେ ରହି ଲୋକଙ୍କୁ ସଚେତନ କାରାଯାଉଛନ୍ତି କରୋନାରୁ ଦୁରେଇ ରହିବାର ଉପାୟ ସମ୍ପର୍କରେ |  ନିଜ ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନ ଗସ୍ତ  କରି କରୋନା ଭୁତାଣୁ ବାବଦରେ ଲୋକଙ୍କୁ ବୁଝେଇବା ସହିତ ବାରମ୍ବାର ହାତ ଧୋଇବା, ଲୋକଙ୍କୁ ଗହଳି ପୂର୍ଣ ସ୍ଥାନକୁ ନଯିବା ପାଇଁ ଓ ମାସ୍କ ପିନ୍ଧିବା ପାଇଁ ବୁଝାଉଥିବା  ଦେଖିବାକୁ ମିଳିଛି । ଆଜି ସେ ନିଜେ ମାସ୍କ  ପରିଧାନ କରି ଲୋକଙ୍କୁ ମାସ୍କ ମଧ୍ୟ ବାଣ୍ଟି ଥିଲେ । ଏହା ସହିତ ଲୋକଙ୍କୁ ଭୟାତୁର ନହେଇ ସଚେତନତା ଅବଲମ୍ବନ କରିବା ପାଇଁ କହିବା ସହିତ ଏହି ଭୁତାଣୁ କୁ ପ୍ରତିରୋଧ କରିବା ନିମନ୍ତେ ସରକାର ଙ୍କର ଦ୍ୱାରା ଜାରି କରାଯାଇଥିବା ଗାଇଡ଼ ଲାଇନକୁ ପାଳନ କରିବା ପାଇଁ ଲୋକଙ୍କୁ ଅନୁରୋଧ କରିଥିଲେ ।

 

Leave A Reply

Your email address will not be published.