କର୍ତ୍ତବ୍ୟର ଆହ୍ବାନ ଆଗରେ ଫିକା ପଡିଗଲା ସମ୍ପର୍କ  

0

ଭୁବନେଶ୍ୱର(ଶାସକ ପ୍ରଶାସକ) :  କର୍ତ୍ତବ୍ୟ ଆଗରେ ପରିବାର ଗୌଣ | କର୍ତ୍ତବ୍ୟର ଆହ୍ବାନ ଆଗରେ ସମ୍ପର୍କ ଓ ଭାବପ୍ରବଣତାକୁ ପଛକୁ ଠେଲି ଦେଇ ଆସି ହୁଏ | ଆଉ ଏଭଳି ଉଦାହରଣ ଦେଖିବାକୁ ମିଳିଛି  ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ର ପ୍ରମୁଖ ଶାସନ ସଚିବ “ନିକୁଞ୍ଜ ବିହାରୀ ଧଳଙ୍କ କ୍ଷେତ୍ରରେ | 

ରବିବାର କରୋନା ମୁକାବିଲା ପାଇଁ ଯେଉଁ ସମୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଚାଲିଥିଲା ଠିକ ସେତିକିବେଳେ   ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ର ପ୍ରମୁଖ ଶାସନ ସଚିବ “ନିକୁଞ୍ଜ ବିହାରୀ ଧଳ ଖବର ପାଇଥିଲେ ଯେ ତାଙ୍କ ପିତା ସୁଖଦେବ ଧଳ (୯୨)ଙ୍କ ଦେହାନ୍ତ ହୋଇଛି | ବ୍ୟଥିତ ହୋଇଥିଲେ, ହେଲେ ବିଚଳିତ ହୋଇନଥିଲେ | ସେ  ନିଜ କାମ ସାରି ନିଜ ଘର ଯାଜପୁର ଜିଲ୍ଲା ବିଞ୍ଝାରପୁରକୁ ଯାଇଥିଲେ। ପିତାଙ୍କ ଅନ୍ତିମ କ୍ରିୟାରେ ସାମିଲ ହେବ ସହ ଗାଁରେ ନରହି  ସୋମବାର ଶ୍ରୀ ଧଳ  ପୁଣି ଆସି ଅଫିସରେ ଯୋଗଦେଇଥିଲେ। କାର୍ଯ୍ୟରେ ଯୋଗଦାନ ଦେଖି ସମସ୍ତେ ଟିକେ ବିସ୍ମିତ ହୋଇପଡିଥିଲେ | ଆଉ  ନିକୁଞ୍ଜ ବିହାରୀଙ୍କ କର୍ତ୍ତବ୍ୟପରାୟଣତାକୁ ବାହାବା କରିଥିଲେ | 

Leave A Reply

Your email address will not be published.