ଶୌଚ ହେବାକୁ ଯାଇ ବୁଡ଼ି ଯାଇଥିବା ସନ୍ଦେହ।
ବଡ଼ବିଲ (ଶାସକ ପ୍ରଶାସକ): ବଡ଼ବିଲ କାରୋ ନଦୀରୁ ଭାସୁଥିବା ଅବସ୍ଥାରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ହେଉଛନ୍ତି ଚଟେଇ ହଟିଂ ଅଂଚଳର ଦାଉଦ୍ ନାଗ । ମଂଗଳବାର ସକାଳ ପ୍ରାୟ ୭ଟା ସମୟରେ ଯୁବକ ଜଣକ ଶୌଚ ହେବା ପାଇଁ କାରୋ ନଦୀକୁ ଯାଇଥିଲେ । ଅପରାହ୍ନ ପର୍ଯ୍ୟନ୍ତ ସେ ଘରକୁ ଫେରି ନ ଥିବା ବେଳେ, ତାଙ୍କର ମୃତଦେହ ନଦୀରେ ଭାସୁଥିବାର ଦେଖିବାକୁ ମିଳିଥିଲା। ତେବେ ଶୌଚ ହେବାକୁ ଯାଇ ଯୁବକ ଜଣକ ନଦୀରେ ବୁଡ଼ି ମୃତ୍ୟୁବରଣ କରିଥିବା ସନ୍ଦେହ କରାଯାଉଛି। ବଡ଼ବିଲ ପୋଲିସ ମୃତଦେହକୁ ଜବତ୍ କରି ଅଧିକ ତଦନ୍ତ ଜାରି ରଖିଛି।
ଶୌଚ ହେବାକୁ ଯାଇ ବୁଡ଼ି ଯାଇଥିବା ସନ୍ଦେହ।