ପଦ୍ମପୁର- ସାରା ବିଶ୍ବକୁ କରୋନା ଭୟ ଲାଗି ରହିଛି । ଓଡ଼ିଶା ସରକାର କରୋନା ପାଇଁ ବିଭିନ୍ନ ସଚେତନତାମୂଳକ ପଦକ୍ଷେପ ମାଁ ଗ୍ରହଣ କରୁଛନ୍ତି । ପଦ୍ମପୁର ସହରର ସବ-ରେଜିଷ୍ଟାର ଅଫିସରେ ଆଜି ପଦ୍ମପୁର ସବରେଜିଷ୍ଟ୍ରର ଶ୍ରୀମତୀ ସରୋଜିନୀ ପ୍ରସନ୍ନ କୁଲୁ ଅଫିସ କର୍ମଚାରୀ ତଥା ଜମିବାଡ଼ି ରେଜିଷ୍ଟ୍ରେସନ ପାଇଁ ଆସିଥିବା ଜନସାଧାରଣଙ୍କୁ କରୋନା ବିଷୟରେ ସଚେତନ କରାଇଥିଲେ । ସମସ୍ତଙ୍କୁ ମାସ୍କ ପିନ୍ଧିବାକୁ ପରାମର୍ଶ ଦେଇଥିଲେ ଏବଂ ମାସ୍କ ମଧ୍ୟ ବାଣ୍ଟିଥିଲେ । ଶ୍ରୀମତୀ କୁଲୁଙ୍କ ଏପରି କାର୍ଯ୍ୟ ଯୋଗୁଁ ସେ ବୁଦ୍ଧିଜୀବୀ ମହଳରେ ପ୍ରଶଂସିତ ହୋଇଛନ୍ତି ।
Sign in
Sign in
Recover your password.
A password will be e-mailed to you.
Next Post