ଆମେରିକାରୁ ଫେରି ଗଜପତି ସପରିବାର କଲେ ପଞ୍ଜିକରଣ

0

ଗଜପତି ଅନୁପାଳନ କଲେ ସରକାରଙ୍କ ଦ୍ୱାରା ଜାରି ମାର୍ଗଦର୍ଶିକା 

 ଭୁବନେଶ୍ୱର (ଶାସକ ପ୍ରଶାସକ)  ଆମେରିକାରେ ବିଭିନ୍ନ ଜଗନ୍ନାଥ ମନ୍ଦିର କାର୍ଯ୍ୟକ୍ରମରେ ଯୋଗଦେଇ ଭୁବବେଶ୍ୱର ପ୍ରତ୍ୟାବର୍ତ୍ତନ କରିବା ପରେ ସରକାରଙ୍କ କରୋନା ଗାଇଡ଼ଲାଇନ ଅନୁଯାୟୀ ନିଜ ନାମ ଓ ପରିବାର ସଦସ୍ୟଙ୍କ ରାଜ୍ୟ ସରକାରଙ୍କ କୋବିଦ-୧୯ ପୋର୍ଟାଲରେ   ଅନଲାଇନ ପଞ୍ଜିକରଣ କରାଇଛନ୍ତି ଓଡ଼ିଶାର ଗଜପତି ମହାରାଜ ଦିବ୍ୟସିଂହ ଦେବ | ଏହାସହିତ ସେ ତାଙ୍କ ଭୁବନେଶ୍ୱରସ୍ଥିତ ବାସ ଭବନ ୧୪ ଦିନ ପାଇଁ ଅବସ୍ଥାନ  କରିବେ | ଏହି ପରିପ୍ରେକ୍ଷୀରେ ଗଜପତି ମହାରାଜ ରାଜ୍ୟବାସୀଙ୍କୁ ଉଦ୍ଦେଶ୍ୟରେ ତାଙ୍କ ବାର୍ତ୍ତାରେ କହିଛନ୍ତି ଯେ କରନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ସାରକନରଙ୍କ ମାର୍ଗଦର୍ଶିକା ଅନୁଯାୟୀ ବିଦେଶରୁ ଆସି ଓଡ଼ିଶାରେ ପହଁଚୁଥିବା ବ୍ୟକ୍ତି ମାନେ ସରକାରଙ୍କ କୋବିଦ -୧୯ ପୋର୍ଟାଲରେ ପଞ୍ଜିକରଣ  କରାଇ ନିଅନ୍ତୁ | ଏହାସହିତ  ନିଜ ଘରେ ଆଇସୋଲେସନରେ ୧୪ ଦିନ ଅବସ୍ଥାନ କରନ୍ତୁ ବୋଲି ଗଜପତି ମହାରାଜା ଆହ୍ବାନ ଜଣାଇଛନ୍ତି | 

Leave A Reply

Your email address will not be published.