ଦାଉ ସାଧିଲା କରୋନା : ଅରୁଣ ଓ ଗରୁଡ ସ୍ତମ୍ଭ କୁଂଢ଼େଇବା ମନା, ଆନନ୍ଦ ବଜାରରେ ଅଭଡ଼ା ସେବନକୁ  ବି ନା (କଣ କହୁଛନ୍ତି ଶୁଣନ୍ତୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ !)

0

http://www.youtube.com/watch?v=ycP77dXkLoM 

ଶ୍ରୀମନ୍ଦିରରେ ବି କରୋନା ପାଇଁ ବ୍ୟାପକ ପ୍ରତିକାରାତ୍ମକ ପ୍ରସ୍ତୁତି 

 ଶ୍ରୀମନ୍ଦିର ମୁଖ୍ୟ  ପ୍ରଶାସକ ଅଧ୍ୟକ୍ଷତାରେ  ଛତିଶା ନିଯୋଗରେ ହେଲା ନିଷ୍ପତ୍ତି 

ପୁରୀ(ଶାସକ ପ୍ରଶାସକ) ମାରାତ୍ମକ ତଥା ଘାତକ କରୋନା ଭୁତାଣୁର ବିସ୍ତାର ବା ସଂକ୍ରମଣ ଆଶଙ୍କାକୁ ପ୍ରତିହତ କରିବା ପାଇଁ  ଦର୍ଶନାର୍ଥୀ ଭକ୍ତ ଓ ସେବାୟତଙ୍କ ପାଇଁ କଟକଣା ଜାରି କରିଛନ୍ତି  ଶ୍ରୀମନ୍ଦିର ପ୍ରଶାସନ କର୍ତ୍ତୃପକ୍ଷ  | ଆଜି ଶ୍ରୀମନ୍ଦିର ଛତିଶା ନିଯୋଗର ଗୁରୁତ୍ୱପୂର୍ଣ ବରାଦ ବୈଠକ ବସିଥିଲା କରୋନା ଆତଙ୍କ ପରିପ୍ରେକ୍ଷୀରେ | ବୈଠକରେ ନିଆଯାଇଥିଲା କେତେକ ଗୁରୁତ୍ୱପୂର୍ଣ ନିଷ୍ପତି | ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁଯାୟୀ ସେବାୟତ-ପୂଜାପଣ୍ଡାମାନେ ମନ୍ଦିର କୁ ମୁଖା ପିନ୍ଧି ଯିବେ | ଦର୍ଶନାର୍ଥୀଙ୍କୁ  ଭିଡକୁ ଏଡ଼ାଇବା ପାଇଁ କେତେକ ବିଧିବିଧାନ ରୀତିନୀତି କାଣ୍ଟଛାଣ୍ଟ କରିବା ପାଇଁ ବୈଠକରେ ନିଷ୍ପତ୍ତି ନିଷ୍ପତ୍ତି ନିଆଯାଇଛି | ମନ୍ଦିରକୁ ଦର୍ଶନ କରିବାକୁ ଆସୁଥିବା ଦର୍ଶନାର୍ଥୀ ଭକ୍ତମାନେ ମଧ୍ୟ ଲିଖିତ ଭାବେ ଦେବେ ଯେ ସେମାନଙ୍କ ଶରୀରରେ କରୋନା ଲକ୍ଷଣ  ନାହିଁ ବା ସେମାନେ ସେଭଳି ଲକ୍ଷଣ ବିଶିଷ୍ଟ ରୋଗରେ ପୀଡିତ ନୁହଁ | ଦର୍ଶନାର୍ଥୀ  ଅରୁଣ ସମ୍ଭ ଏବଂ ଗରୁଡ ସମ୍ଭକୁ ଛୁଇଁବା ନେଇ ମଧ୍ୟ କଟକଣା ରହିବ |  ମନ୍ଦିର ପରିସରକୁ ସଜାଡ଼ିବା ପାଇଁ ପ୍ରଶାସନ ପଦକ୍ଷେପ ନେବ ଏବଂ ଭିଡ଼ ଜମା ହେବାକୁ ଅନୁମତି ଦିଆଯିବ ନାହିଁ। ଶ୍ରୀମନ୍ଦିର ପରିସରରେ ଥିବା ଆନନ୍ଦ ବଜାରରେ ତୀର୍ଥଯାତ୍ରୀମାନେ ବସି ପାରିବେନି କି ଅଭଡ଼ା ଖାଇ ପାରିବେନି | ମନ୍ଦିର ପରିସରରେ ବା ବେଢ଼ାରେ ଅଯଥା ଭିଡ ବା ଦର୍ଶନାର୍ଥୀମାନଙ୍କୁ ଜମା ହେବାକୁ ଦିଆଯିବନାହିଁ | ଏ ସମସ୍ତ କଟକଣା ଏପ୍ରିଲ ୧୫ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି |

ଛତିଶା ନିଜୋଗର ଜରୁରୀ ବୈଠକରେ ଶ୍ରୀ ଜଗନ୍ନାଥ ମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଶନ କୁମାର, ଜିଲ୍ଲାପାଳ ବଲୱନ୍ତ ସିଂ, ନିଜୋଗର ସମସ୍ତ ସଦସ୍ୟ ଏବଂ ଅନ୍ୟ ଅଧିକାରୀମାନେ ଯୋଗ ଦେଇଥିଲେ।

Leave A Reply

Your email address will not be published.