ପଦ୍ମପୁର,(ଶାସକ ପ୍ରଶାସକ): କେନ୍ଦ୍ର ସରକାରଙ୍କ ପ୍ରତ୍ୟେକ ଗୁରୁତ୍ୱପୂର୍ଣ ନିଷ୍ପତ୍ତି ପଛରେ ଅନ୍ୟତମ ନିର୍ଣ୍ଣାୟକ ବିଜଡିକ ନେଉଥିବା ତଥା କେନ୍ଦ୍ରମନ୍ତ୍ରୀମଣ୍ଡଳରେ ପ୍ରଭାବଶାଳୀ ମନ୍ତ୍ରୀ ଓଡିଶା ମାଟିର ପୁଅ କେନ୍ଦ୍ର ପେଟ୍ରୋଲିଅମ, ପ୍ରକୃତିକ ଗ୍ୟାସ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଭାରତୀୟ ଜନତା ପାର୍ଟିର ବରିଷ୍ଠ କାର୍ଯ୍ୟକର୍ତ୍ତା ତଥା ପଦ୍ମପୁର ବିଧାନସଭା କ୍ଷେତ୍ର ର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ଦିଲ୍ଲୀ ଠାରେ ସାକ୍ଷାତ କରି ଅଞ୍ଚଳର ବିକାଶ ପାଇଁ ଆଲୋଚନା କରିଛନ୍ତି। ଏଥିପାଇଁ ମନ୍ତ୍ରୀ ପ୍ରତିଶୃତି ମଧ୍ୟ ଦେଇଛନ୍ତି।ରାଜ୍ୟର ବିକାଶ ପାଇଁ ସେ ସର୍ବଦା ଆଗ୍ରହ ପ୍ରକାଶ କରିଛନ୍ତି। ଶ୍ରୀ ପୁରୋହିତ ପଦ୍ମପୁର ଅଞ୍ଚଳର ଉନ୍ନତି ପାଇଁ କେତେକ ପ୍ରସ୍ତାବ ଆଗତ କରିଛନ୍ତି। ତାର ସମୀକ୍ଷା କରି ଉଚିତ ପଦକ୍ଷେପ ନେବେ ବୋଲି ମନ୍ତ୍ରୀ କହିଛନ୍ତି। ପଦ୍ମପୁର ବିକାଶରେ ମନ୍ତ୍ରୀ ଆଗ୍ରହ ପ୍ରଦର୍ଶନ ସହ ଆନ୍ତରିକତା ପ୍ରଦର୍ଶନ କରାଇଥିବାରୁ ଅଂଚଳବାସୀ ପୂର୍ବତନ ବିଧାୟକ ପ୍ରଦୀପ ପ୍ରଦୀପ ପୁରୋହିତ ଓ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
Sign in
Sign in
Recover your password.
A password will be e-mailed to you.