କଳହ : ବିଷ ପିଇଦେଲେ ତିନି, ଜଣେ ମୃତ

0

ରେଢାଖୋଲ ଉପଖଣ୍ଡ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ : ସମ୍ବଲପୁର କତରଗା ଥାନା ଲଏଡା ରୁକୁଡିହି ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ଗୋଟିଏ ପରିବାରର ୩ ଜଣ ସଦସ୍ୟ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ସେମାନଙ୍କ ମଧ୍ୟରୁ ମାଆ ମୃତ୍ୟୁବରଣ କରିଥିବା ବେଳେ ବାପା ପୁଅ ଗୁରୁତର ଅବସ୍ଥାରେ ବୁର୍ଲା ସ୍ଥାନାନ୍ତର ହୋଇଛନ୍ତି।

କତରଗା ଥାନା ଲଏଡା ରୁକୁଡିହି ଗାଁରେ ଗୋଟିଏ ପରିବାରର ୩ ଜଣ ସଦସ୍ୟ ବିଷ ପିଇଦେଇଛନ୍ତି। ପାରିବାରିକ କଳହକୁ କେନ୍ଦ୍ରକରି ଗତକାଲି ସ୍ୱାମୀ ସୁବେର ମହାନନ୍ଦିଆ, ସ୍ତ୍ରୀ ବୈଦେହୀ ମହାନନ୍ଦିଆ ଏବଂ ବଡ ପୁଅ ସୁଶାନ୍ତ ମହାନନ୍ଦିଆ ବିଷପାନ କରିଥିଲେ। ସେମାନଙ୍କୁ ଗୁରୁତର ଅବସ୍ଥାରେ ବୁର୍ଲା ମେଡିକାଲ ସ୍ଥାନାନ୍ତର କରାଯାଇଥିଲା। ଆଜି ବୈଦେହୀଙ୍କୁ ମେଡ଼ିକାଲରେ ଡାକ୍ତର ମୃତ ଘୋଷଣା କରିଛନ୍ତି। ଅପର ପକ୍ଷରେ ସୁବେର ଓ ସୁଶାନ୍ତ ଚିକିତ୍ସାଧୀନ ଅଛନ୍ତି।

Leave A Reply

Your email address will not be published.