ଗ୍ରାମବାସୀଙ୍କ ଦ୍ଵାରା ବଜ୍ରକାପ୍ତା ଉଦ୍ଧାର

0

ଝରସୁଗୁଡ଼ା-ସମ୍ବଲପୁର (ରମାକାନ୍ତ ବିଶ୍ବାଳ ): ଆଜି ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ସ୍ଥିତ ନୂଆଡ଼ିହି ଗାଁ ରେ ଗ୍ରାମବାସୀଙ୍କ ଦ୍ଵାରା ଏକ ବଜ୍ରକାପ୍ତା ଉଦ୍ଧାର ହୋଇଛି । ବଜ୍ରକାପ୍ତା ଟି କୋଉଠୁ ଆସିଲା କାହାକୁ ବି ଜଣା ନଥିବା ବେଳେ ଏକ ପତିତ୍ୟକ୍ତ ଘରୁ ଆଜି ସକାଳ 9ଟାରେ ଗ୍ରାମବାସୀ ଏବଂ ବନବିଭାଗ ତରଫରୁ ଉଦ୍ଧାର କରାଯାଇଛି। ବଜ୍ରକାପ୍ତା ଟିକୁ ଦେଖିବା ପାଇଁ ହଜାର ହଜାର ଲୋକେ ଜମିଥିବା ବେଳେ ଉତ୍ସାହ ର ସହ ଦେଖିବାକୁ ଭିଡ ପରିଲିଖିତ ହୋଇଥିଲା । ଜଙ୍ଗଲ କ୍ଷୟ ପାଇଁ ଆଜି ଜଙ୍ଗଲୀ ଜୀବ ନିଃସହାୟ ହୋଇ ଗାଁ ମଝିକୁ ଆସିବା ର ଏହା ଏକ ନିଛକ ଉଦାହରଣ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।

 

 

Leave A Reply

Your email address will not be published.