ବାରହା ମାଂସ ସହ ବାଇକ ଜବତ, ଦୁଇ ଗିରଫ

0

ବୁଗୁଡା /ଡ଼ଃ କୁମୁଦ ଚନ୍ଦ୍ର ବେହେରା : ବୁଗୁଡା ବନାଞ୍ଚଳ ପକ୍ଷରୁ ଗୁରୁବାର ଦିନ ୧୦ କିଲୋ ବାରହା ମାଂସ ସହ ଓଆର ୧୪ ଏସ ୩୩୧୫ ବାଇକ ଜବତ କରିବା ସହ ଦୁଇ ଶିକାରୀକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ବୁଗୁଡା ବନାଞ୍ଚଳର ଠଣାପଲ୍ଲୀ ବୀଟ ଅନ୍ତର୍ଗତ ଡାକରାବାଡ଼ି ଗ୍ରାମରେ ବନ୍ୟଜନ୍ତୁ ବାରହା ମାଂସ ବିକ୍ରୀ ହେଉଥିବା ଖବର ପାଇ ଦକ୍ଷିଣ ଘୁମୁସର ବନଖଣ୍ଡ ଅଧିକାରୀ ସତ୍ୟନାରାୟଣ ବେହୁରାଙ୍କ ନିର୍ଦ୍ଦେଶ ପ୍ରକାରେ ବୁଗୁଡା ବନ ବିଭାଗ କର୍ମଚାରୀବୃନ୍ଦ ଘଟଣା ସ୍ଥଳରେ ପହଞ୍ଚି ବାଇକିରେ ବାରହା ମାଂସ ଧରି ବିକ୍ରି କରୁଥିବା ବେଳେ ମାଂସ ଓ ବାଇକ ଜବତ କରିବା ସହ ଡାକରାବାଡ଼ି ଗ୍ରାମର ନିରଞ୍ଜନ ବିଶ୍ୱାଳ(୨୬) ଓ ବିରଞ୍ଚିପୁର ଗ୍ରାମର ବିଜୟ ଗୌଡ଼ (୫୦) ଦୁଇ ଶିକାରୀଙ୍କୁ ଗିରଫ କରିଥିଲେ। ଏହି ଚଢ଼ାଉ କାର୍ଯ୍ୟକ୍ରମରେ ବୁଗୁଡା ବନାଞ୍ଚଳ ଅଧିକାରୀ ଫକୀର ଚରଣ ବେହେରାଙ୍କ ନିର୍ଦ୍ଦେଶରେ ବନପାଳ ଅଭିରାମ ଖୀଲେ, ବନରକ୍ଷୀ ରୀଙ୍କୁ ସେଠୀ ଓ ରତନ ମଲ୍ଲିକ ଅଂଶ ଗ୍ରହଣ କରିଥିଲେ। ଏନେଇ ବୁଗୁଡା ବନାଞ୍ଚଳ କାର୍ଯ୍ୟାଳୟ କେଶ ନଂ ୨୮୦ / ୨୦୧୯-୨୦ ପ୍ରକାରେ ଏକ ମାମଲା ରୁଜ୍ଜୁ କାରାଯାଇ ଆସାମୀ ନିରଞ୍ଜନ ଓ ବିଜୟ କୁ କୋର୍ଟ ଚାଲାଣ କରାଯାଇଛି। 

Leave A Reply

Your email address will not be published.