ବୁଗୁଡା /ଡ଼ଃ କୁମୁଦ ଚନ୍ଦ୍ର ବେହେରା : ବୁଗୁଡା ଓ ବାଲିପଦର ମେଡିକାଲରେ ଜଣେ ଲେଖାଏଁ ଏମବିବିଏସ ନୂତନ ଡାକ୍ତର ଗୁରୁବାର ଦିନ ଯୋଗଦେଇଥିବା ଜଣାପଡିଛି। ବୁଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର କାମାକ୍ଷୀ ବିଷୋୟୀ ଯୋଗଦେଇଥିବା ବେଳେ ବାଲିପଦର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ଅଂଶୁ ଦାଶ ଯୋଗଦେଇଛନ୍ତି। ଉଭୟ ଡାକ୍ତର ବୁବୁଡା ମେଡିକାଲ ଅଫିସର ଡାକ୍ତର ଶୁଭାଶିଷ ପାଣିଗ୍ରାହୀଙ୍କ ନିକଟରେ ଜଇନିଂ ରିପୋର୍ଟ ପ୍ରଦାନ କରିଛନ୍ତି। ବୁଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚାରିଜଣ ବିଶେଷଜ୍ଞ ଡାକ୍ତର ଓ ଦୁଇ ଜଣ ଏମବିବିଏସ ଡାକ୍ତର ନିଯୁକ୍ତି ପାଇବେ ପାଇଁ ବ୍ୟବସ୍ଥା ଥିବା ବେଳେ ବର୍ତ୍ତମାନ ଜଣେ ପ୍ରସୂତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ଏବଂ ନୂତନ ଭାବେ ଯୋଗଦେଇଥିବା ଜଣେ ଏମବିବିଏସ ଡାକ୍ତର ଏପରି ଦୁଇଜଣ ଡାକ୍ତର ଓ ବହୁ ଦିନ ହେଲା କେହି ଡାକ୍ତର ନଥିବା ବାଲିପଦର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ବର୍ତ୍ତମାନ ନୂତନ ଭାବେ ଡାକ୍ତର ଯୋଗଦେଇଛନ୍ତି।
Sign in
Sign in
Recover your password.
A password will be e-mailed to you.
Next Post