ସୋରୋଡ଼ରେ ଠାକୁର ଅନୁକୂଳଚନ୍ଦ୍ରଙ୍କ ଜୟନ୍ତୀ

0

ବୁଗୁଡା (ଡ଼ଃ କୁମୁଦ ଚନ୍ଦ୍ର ବେହେରା) :  ବୁଗୁଡା ବ୍ଲକ ଅନ୍ତର୍ଗତ ସୋରୋଡ଼ ଗ୍ରାମରେ ଠାକୁର ଅନୁକୂଳଚନ୍ଦ୍ରଙ୍କ ୧୩୨ ତମ ଜୟନ୍ତୀ ପାଳନ କରାଯାଇଛି। ଉତ୍ସବ ମଣ୍ଡପରେ ଠାକୁର ଅନୁକୂଳଚନ୍ଦ୍ରଙ୍କ ତୈଳଚିତ୍ର ରଖାଯାଇ ପୂଜାର୍ଚ୍ଚନା, ଭଜନ,ସଂକୀର୍ତ୍ତନ ପ୍ରଭୃତି ଅନୁଷ୍ଠିତ ହୋଇଥିଲା। ରିତ୍ଵିକ ଅରକ୍ଷିତ ରଣାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବାମନ ମହାପାତ୍ର, ତ୍ରିନାଥ ପରିଡା, ନିରଞ୍ଜନ ପରିଡା ଠାକୁରଙ୍କ ଆଦର୍ଶ ଓ ବାଣୀ ନିଜ ବକ୍ତବ୍ୟରେ ଉପସ୍ଥାପନ କରିଥିଲେ। ଭଞ୍ଜନଗର, ଭେଜିପୁଟ, ରମ୍ଭା,ବେଳଗୁଣ୍ଠା, ବୁଗୁଡା ଓ ବାଲିପଦର ଅଞ୍ଚଳରୁ ବହୁ ସଂଖ୍ୟକ ଗୁରୁଭାଇ ଓ ଗୁରୁମା ବୃନ୍ଦ ଯୋଗ ଦେଇଥିଲେ।

Leave A Reply

Your email address will not be published.