କଳମ୍ବ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ବାର୍ଷିକ ଉତ୍ସବ

0

ବୁଗୁଡା (ଡ଼ଃ କୁମୁଦ ଚନ୍ଦ୍ର ବେହେରା) : ବୁଗୁଡା ବ୍ଲକ ଅନ୍ତର୍ଗତ କଳମ୍ବ ସ୍ଥିତି ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ବାର୍ଷିକ ଉତ୍ସବ ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି। ଏହି ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ପୋଲସରା ବିଧାୟକ ତଥା ଗଞ୍ଜାମ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ମୁଖ୍ୟ ବକ୍ତାଭାବେ ବୁଗୁଡା ବିଡ଼ିଓ ତନ୍ମୟ ପାତ୍ର ଯୋଗଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ବୁବୁଡା ତାହାସିଲଦାର ରବୀନ୍ଦ୍ର କୁମାର ମିଶ୍ର, ବୁଗୁଡା ଏବିଇଓ ପ୍ରମୋଦ ଚନ୍ଦ୍ର ସେନାପତି, ଶକ୍ଷାନୁଷ୍ଠାନର ସମ୍ପାଦକ ବିପ୍ର ଚରଣ ଚୌଧୁରୀ ଓ ସଭାପତି ଜନାର୍ଦ୍ଦନ ପାତ୍ର, ପୁର୍ବତନ ସରପଞ୍ଚ ମାଧବ ଚନ୍ଦ୍ର ଭୋଳ ଓ ରବୀନ୍ଦ୍ରନାଥ ପ୍ରଧାନ,ସମାଜସେବୀ ବସନ୍ତ କୁମାର ରାଉତ ଯୋଗ ଦେଇଥିଲେ। ବିଭିନ୍ନ ପ୍ରତିଯୋଗୀତାରେ କୃତ୍ତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଅତିଥିବୃନ୍ଦ ପୁରସ୍କାର ପ୍ରଦାନ କରିଥିଲେ।ଦିଲ୍ଲୀପ କୁମାର ପାତ୍ର ଓ ପବିତ୍ର କୁମାର ଭୋଳ ପରିଚାଳନାରେ ସହଯୋଗ କରିଥିଲେ। ଏହି ଅବସରରେ ବିଧାୟକ ଶ୍ରୀକାନ୍ତ ସାହୁ ,୫ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ଗୋଷ୍ଠୀ କେନ୍ଦ୍ର ଗୃହ ଓ ପାଠାଗାର ଗୃହ ପାଇଁ ଭୂମି ପୂଜା କରିଥିଲେ।

 

Leave A Reply

Your email address will not be published.