ମହମାୟୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ :  ବି.ବ୍ରହ୍ମପୁର ଟିମ ଚମ୍ପିୟାନ, ଖରିଡା ରନର୍ସ ଅପ

0

ବୁଗୁଡା (ଡ଼ଃ କୁମୁଦ ଚନ୍ଦ୍ର ବେହେରା) :  ବୁଗୁଡା ବ୍ଲକ ଅନ୍ତର୍ଗତ ତାଳସାକର ମହାମାୟୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ପକ୍ଷରୁ ଆୟୋଜିତ କ୍ରିକେଟ ମ୍ୟାଚ ରବିବାର ଦିନ ଉଦଯାପିତ ହୋଇଯାଇଛି। ଫାଇନାଲ ମ୍ୟାଚ ବି.ବ୍ରହ୍ମପୁର ଟିମ ଓ ଖରିଡା ଟିମ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ବ.ବ୍ରହ୍ମପୁର ଟିମ ବିଜୟୀ ହୋଇ ଚମ୍ପିୟାନ ସିଲଡ଼ ପାଇଥିବା ବେଳେ ଖରିଡା ଟିମ ରନର୍ସ ଅପ ସିଲଡ଼ ପାଇଛନ୍ତି। ଅମ୍ପାୟାର ଭାବେ କାହ୍ନୁ ଓ ସନ୍ତୋଷ ଏବଂ ସ୍କୋରର ଭାବେ ଗୌରୀଶଙ୍କର ନାୟକ କାର୍ଯ୍ୟ ସମ୍ପାଦନ କରିଥିଲେ। ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ସଦସ୍ୟା ଭୁବନେଶ୍ଵରୀ ଖଟେଇ ଯୋଗଦେଇ ସିଲଡ଼ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ପୁର୍ବତନ ଜିଲ୍ଲା ପରିଷଦ ସଦସ୍ୟ ଖଡାଳ ଖଟେଇ ଏବଂ ସମ୍ମାନୀତ ଅତିଥି ଭାବେ ଖେଳ ଶିକ୍ଷକ ବି.ଗୋପାଳ ଚନ୍ଦ୍ର ପାତ୍ର, ସମାଜସେବୀ ଗଙ୍ଗାପାଣି ଜେନା ଓ ବେଣୁଧର ଦାସ ଯୋଗ ଦେଇଥିଲେ। ଶାନ୍ତି ଶୃଙ୍ଖଳା ରକ୍ଷାରେ ସହଯୋଗ ପାଇଁ ତାଳସାକର ଟିମକୁ ସ୍ବର୍ଗତ ବି.ରାମଚନ୍ଦ୍ର ପାତ୍ର ସ୍ମାରକୀ ସିଲଡ଼ ପ୍ରଦାନ କରାଯାଇଥିଲା। ତାଳସାକର ଗ୍ରାମବାସୀ ବୃନ୍ଦ ପରିଚାଳନାରେ ସହଯୋଗ କରିଥିଲେ।

Leave A Reply

Your email address will not be published.